ନିୟମଗିରି ଡଙ୍ଗରିଆଙ୍କ ମେଳି : ନିୟମ ରାଜାଙ୍କ ପର୍ବ ପାଇଁ ପ୍ରସ୍ତୁତି ସମୟରେ ୩ ଡଙ୍ଗରିଆଙ୍କୁ ପୋଲିସ ଉଠାଇ ନେଇଯିବା ଘଟଣାକୁ ବିରୋଧ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ପାହାଡ଼ରେ ନିୟମଗିରି ଡ଼ଙ୍ଗରିଆ ନେତାଙ୍କ ମେଳି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଂଚାୟତ ଲାଖପଦର ଗାଁରେ ଡଙ୍ଗରିଆଙ୍କ ମେଳି ଦେଖିବାକୁ ମିଳିଛି । ନିୟମରାଜଙ୍କ ପୂଜା ଫେବୃଆରୀ ୨୧, ୨୨ ଓ ୨୩ରେ ଥିବାବେଳେ ଏହାର ପ୍ରସ୍ତୁତି ସମୟରେ ୩ ଡଙ୍ଗରିଆଙ୍କୁ ପୋଲିସ ଉଠାଇ ନେଇଯିବା ଘଟଣାକୁ ନେଇ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକା ବିରୋଧ କରିଛନ୍ତି । ଲଦ ସିକକାଙ୍କ ନେତୃତ୍ୱରେ ପ୍ରାୟ ୩୨ଖଣ୍ଡ ଗାଁର ନିୟମଗିରି ନେତାଙ୍କ ମେଳି ଦେଖିବାକୁ ମିଳିଛି । ଏହି ମେଳିରେ ଲଦ ସିକକା କହିଛନ୍ତି ନିୟମଗିରି ପାଣି, ପବନ ଏବଂ ନିୟମରାଜାଙ୍କୁ ଆମେ ପ୍ରତି ବର୍ଷ ପୂଜା କରିଥାଉ । ଏଠାକାର ଜଙ୍ଗଲୀ ଫଳ ଚାଷକରି ଆମେ ଜୀବନ ଜୀବିକା ନିର୍ବାହ କରିଥାଉ ଏବଂ ଏହାର ସୁରକ୍ଷା ପାଇଁ ଆମେ ଆନ୍ଦୋଳନ କରୁଛୁ । ଆମ ଡଙ୍ଗରିଆଙ୍କୁ ପୋଲିସ ଟାର୍ଗେଟ କରି ମିଥ୍ୟା ମକଦ୍ଦମା ରୁଜୁ ସହ ଗିରଫ କରୁଛନ୍ତି । ଯଦି ଏଭଳି ପୁନଃ ହୁଏ ତାହାଲେ ଏହା ବିରୋଧରେ ତୀବ୍ର ଆନ୍ଦୋଳନ କରିବୁ ବୋଲି କହିବା ସହ ସେମାନଙ୍କୁ ନିସର୍ତ୍ତରେ ଛାଡିଦେବାକୁ ନେଇ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.