ମୈତ୍ରୀ ଠିକା ସଂସ୍ଥା ବିରୋଧରେ କାଶୀପୁର ଥାନା ଘେରାଉ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ମୈତ୍ରୀ ଠିକା ସଂସ୍ଥା ବିରୋଧରେ ଶତାଧିକ ଅଞ୍ଚଳବାସୀ କାଶୀପୁର ଥାନା ଘେରାଉ କରିଛନ୍ତି । ଠିକା ସଂସ୍ଥା ବିରୋଧି କାର୍ତ୍ତିକ ନାୟକଙ୍କୁ ଉଠାଇ ଆଣିଥିଲା ପୋଲିସ, ତାର ପ୍ରତିବାଦରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନାରେ । ଶତାଧିକ ଅଞ୍ଚଳ ବାସିନ୍ଦା ବିରାଟ ପଟୁଆରରେ ପ୍ରାୟ ୨୦ କିମି ଚାଲିଚାଲି ଆସି କାଶୀପୁର ଥାନା ଘେରାଉ କରିଥିଲେ । କାରଣ ହେଉଛି ମୈତ୍ରୀ ନାମକ ଠିକା ସଂସ୍ଥା ସିଜିମାଲି ମାଇନ୍ସ ନେବାକୁ ଚେଷ୍ଟା କରୁଛି । ଏହାକୁ ସ୍ଥାନୀୟ ବାସିନ୍ଦା ପୂର୍ବରୁ ପ୍ରବଳ ବିରୋଧ କରିଆସୁଛନ୍ତି । ଆଜି ସୁଙ୍ଗେରୁ ପଞ୍ଚାୟତ ଅଞ୍ଚଳର କାର୍ତ୍ତିକ ନାୟକଙ୍କୁ କାଶୀପୁର ପୋଲିସ ଉଠାଇ ଆଣିଥିଲା । ଏହାକୁ ବିରୋଧ କରି ଏପରି ପରିସ୍ଥିତି ସୃଷ୍ଠି ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ପ୍ରାୟ ୩୦ ଜଣଙ୍କୁ ଉଠାଇ ଆଣି ବିଭିନ୍ନ ମାମଲା ରୁଜୁ କରି କାଶୀପୁର ପୋଲିସ ଗିରଫ କରିଥିଲା । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.