centurian jitm

ବ୍ରଜ ଗୁରୁଜୀଙ୍କ ଭଳି ଆଦର୍ଶ ଗୁରୁ ଆଜିର ସମାଜରେ ବିରଳ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉଚ୍ଚରେ । ଗୁରୁଙ୍କ ବାସ୍ତବରେ ମୃତ୍ୟୁ ନଥାଏ । ସମାଜ ହିତାର୍ଥେ ତାଙ୍କର ସେବା, ତ୍ୟାଗ ଓ ତିତିକ୍ଷା ପାଇଁ ସେ ଚିରକାଳ ଜନମାନସରେ ଉଦ୍ଭାସିତ ହେଉଥାନ୍ତି ବୋଲି ଡେ଼ଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସାନ ଗୁଆଳିପଡା ଗାଁର ବର୍ଷୀୟାନ୍ ଆଦର୍ଶ ଶିକ୍ଷକ ସ୍ଵର୍ଗତ ବ୍ରଜ କିଶୋର ଛାଟୋଇ (୮୨)ଙ୍କ ସ୍ମୃତି ଚାରଣ ସଭା ଓ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ଓ ଆଧ୍ୟାତ୍ମିକବାଦୀମାନେ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଏବିଇଓ ଛାଟୋଇ, ମୋତିଲାଲ ରାୟ, ସ୍ଵର୍ଗତ ଛାଟୋଇଙ୍କ ସୁପୁତ୍ର ଚିନ୍ମୟ ଛାଟୋଇ ଏବଂ ସାନ ଗୁଆଳିପଡା ଛାଟୋଇ ପରିବାର ଓ ବନ୍ଧୁବର୍ଗଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ ଡେ଼ଲାଙ୍ଗ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ ପୌରହିତ୍ୟ କରିଥିଲେ । ବେରବୋଇର ପ୍ରାକ୍ତନ ସରପଞ୍ଚ ରାଜକିଶୋର ଆଳୁକ, ଗୁଆଳିପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବଟକୃଷ୍ଣ ସ୍ୱାଇଁ, ସନ୍ତୋଷ ମହାନ୍ତି, ଗାନ୍ଧୀ କମିଟି ସଭାପତି କୁନ୍ତଳା ବିଶ୍ଵାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ଅନନ୍ତ ସାହୁ, ଜାନକୀ ଛାଟୋଇ, ଗୌରାଙ୍ଗ ଛାଟୋଇ, ଅନନ୍ତ ଛାଟୋଇ, ପ୍ରାକ୍ତନ ଶିକ୍ଷକ ନେତା ରାଜକିଶୋର ପ୍ରଧାନ, ମିଟୁ କିଶୋର ପ୍ରଧାନ, ବର୍ତ୍ତମାନର ଶିକ୍ଷକ ସଂଘ ନେତୃବୃନ୍ଦ ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ରମେଶ ପ୍ରଧାନ, ସନ୍ତୋଷ ମିଶ୍ର, ଗୋପାଳ ମହାପାତ୍ର, ପ୍ରାକ୍ତନ ସିଆରସିସି ପ୍ରଧାନ ଶିକ୍ଷକ ଦିଲ୍ଲୀପ ପ୍ରଧାନ, ସମାଜସେବୀ ମହେଶ୍ୱର ଛାଟୋଇ, ଅଧ୍ୟାପକ ମନୋଜ ମିଶ୍ର, ପୁର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା, ପୂର୍ବତନ ବ୍ୟାଙ୍କ ଅଧିକାରୀ ଧୋଜେନ୍ଦ୍ର ଛାଟୋଇ, ଗଦାଧର ପ୍ରଧାନ, ଶିକ୍ଷୟିତ୍ରୀ ମୀନା ଦେଇ, ମମତା ପ୍ରଧାନ, ସୁଧାଂଶୁ ବାଳା ମହାପାତ୍ର, ସଞ୍ଜୁକ୍ତା ଦେଇ, ରମା ଛାଟୋଇ, ପ୍ରବଚକ ସୁଧୀର ଜେନା, ହରି ଜେନା, ବିଜୟ ସ୍ଵାଇଁ, ଦୁର୍ଯ୍ୟୋଧନ ପ୍ରଧାନ, ଶିକ୍ଷକ ଦିଲ୍ଲୀପ ନାୟକ ଓ ଅନେକ ଶିକ୍ଷକଶିକ୍ଷୟିତ୍ରୀ, ବନ୍ଧୁବର୍ଗ, ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ଦିବମ୍ ଗତ ଗୁରୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସୁଗଣ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ବ୍ୟକ୍ତ କରିଥିଲେ । ସେ ସମୟରେ ନିଜର କର୍ତ୍ତବ୍ୟ ନିଷ୍ଠା ଓ ଆଦର୍ଶ ମଣିଷ ପଣିଆ ପାଇଁ ସ୍ଵର୍ଗତ ଛାଟୋଇ ସମସ୍ତଙ୍କର ଆଦରଣୀୟ ଓ ଆପଣାର ଥିଲେ । ସତ୍ୟବାଦୀର ବାଙ୍ଗୁରି ଗାଁ ବିଦ୍ୟାଧରପୁରୁରେ ଶୈକ୍ଷିକ ଜୀବନ ଆରମ୍ଭ କରି ପରେ ଡେଲାଙ୍ଗର ମାଛପଡା, ବରକେରା ଘୋରଡିଆ, ଯମୁନା, ମୁନିଦା ସମେତ ଶେଷରେ ରେଞ୍ଚ ବିଦ୍ୟାଳୟରେ ଦୀର୍ଘ ୨୨ ବର୍ଷ ନିଷ୍ଠାର ସହ ଶିକ୍ଷକତା କରି ଉତ୍ସର୍ଗୀକୃତ ସେବା ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ । ସ୍ଵର୍ଗତ ଛାଟୋଇଙ୍କ ପୁତୁରା ଏବିଇଓ ଛାଟୋଇ ମୋତିଲାଲ ରାୟ ଓ ଆଧ୍ୟାତ୍ମିକ ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ମଞ୍ଚ ସଂଯୋଜନା ଏବଂ ପରିଚାଳନା କରିଥିଲେ । ତାଙ୍କ ଉଦ୍ଦେଶ୍ୟରେ କଲ୍ୟାଣ ମଣ୍ଡପ ପରିସରରେ ସ୍ମୃତି ସଭା ସହ ସତ୍‌ସଙ୍ଗ କାର୍ଯ୍ୟ କ୍ରମ ମଧ୍ୟ ଚାଲିଥିଲା । ସ୍ୱର୍ଗତ ଛାଟୋଇଙ୍କ ସୁପୁତ୍ର ଚିନ୍ମୟ ଛାଟୋଇ ଓ ପତ୍ନୀ ଛେତ ଛାଟୋଇ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଛାଟୋଇ ପରିବାର, ବନ୍ଧୁ ବର୍ଗ ଓ ଆଖପାଖ ଅଂଚଳରୁ ଅନେକ ବ୍ରଜ ପ୍ରେମୀ ଏଥିରେ ଯୋଗ ଦେଇଥିଲେ । ପରିବାର ତରଫରୁ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଉଦ୍‌ଯୋଗୀ କପିଳାସ ଛାଟୋଇ, ଟନି ଛାଟୋଇ, ଶିକ୍ଷକ ଦୀପକ ଛାଟୋଇ, ପ୍ରଫୁଲ୍ଲ ଜେନା, ସ୍ଵର୍ଗତ ଛାଟୋଇଙ୍କ ପୁତୁରା ଓ ଶ୍ରଦ୍ଧାଳୁମାନେ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.