ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସି’ ଟଟଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସି’ ଟଟଲ(ସବୁଜ ସାମୁଦ୍ରିକ କଇଁଛ) ଦେଖିବାକୁ ମିଳିଛି । ଉକ୍ତ ବିଶାଳକାୟ କଇଁଛଟି ସୋମବାର ରାତ୍ର ଗୋଟାଏ ସମୟରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିବା ବ୍ରହ୍ମପୁର ଡ଼ିଏଫଓ ସନି ଖୋଖର ସୂଚନା ଦେଇଛନ୍ତି ।

ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇ ଘଣ୍ଟାରୁ ଅଢେଇ ଘଣ୍ଟା ବେଳାଭୂମି ଉପରେ ପରିକ୍ରମା କରିଥିଲା ହେଲେ ଅଣ୍ଡାଦାନ କରିନଥିବା ବୋଲି କହିଛି ବନ ବିଭାଗ । କଇଁଛଟିର ଲମ୍ବ ୧.୪୫ ମିଟର ହୋଇଥିବା ବେଳେ ଓସାର ୮୮ ସେମି ରହିଥିଲା । ଓଜନ ପ୍ରାୟ ୧୪୦ କିଲୋ ହେବ ବୋଲି ଅନୁମାନ କରାଯାଇଛି । ବଙ୍ଗୋପସାଗରର ୪୮୦ କିଲୋମିଟର ଓଡିଶା ଉପକୂଳ ରହିଛି । ଋଷିକୁଲ୍ୟା, ଦେବୀ ଓ ଗହୀର ମଥାର ମୁହାଁଣ ଅଞ୍ଚଳରେ ସାମୁଦ୍ରିକ କଇଁଛମାନେ ଦେଖିବାକୁ ମିଳିଥାନ୍ତି । ଲେଦେର ବେଗ ସର୍ବ ବୃହତ ସାମୁଦ୍ରିକ କଇଁଛ ହୋଇଥିବା ବେଳେ ଗଞ୍ଜାମର ଋଷିକୁଲ୍ୟା ମୁହାଁଣରେ ପ୍ରଥମଥର ପାଇଁ ଏହି ବିରଳ ଦ୍ୱିତୀୟ ସର୍ବ ବୃହତ ସାମୁଦ୍ରିକ କଇଁଛ ଦୃଶ୍ୟମାନ ହୋଇଛି । ଯାହାକୁନେଇ ବିଭିନ୍ନ ମହଲରେ ଖୁସିର ଲହରି ଖେଳି ଯାଇଛି । ଏହି ପ୍ରଜାତିର କଇଁଛ ନିରାମିସାଷି ଆହାର କରୁଥିବା ଋଷିକୁଲ୍ୟା ସାମୁଦ୍ରିକ ସୁରକ୍ଷା କଇଁଛ ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି । ଏହି ବିରଳ ପ୍ରଜାତିର କଇଁଛମାନେ ବିଶେଷ କରି ଲାକ୍ଷାଦ୍ୱୀପ, ଗଲଫ ଅଫ ମାନାର ପୋଷ୍ଟ (ଗୁଜୁରାଟ)ର ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.