centurian jitm

ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ରତ୍ନରେ ବିଭୂଷିତା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁଙ୍କୁ ବିପୁଳ ସମ୍ବର୍ଦ୍ଧନା

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଯୋଗ ରତ୍ନରେ ବିଭୂଷିତା ଜିଲ୍ଲା ମହିଳା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ନିତମ୍ବିନୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ସେକ୍ଟର -୧୯, ସାରଳା ମନ୍ଦିର କେନ୍ଦ୍ର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ମାସରେ ହରିଦ୍ଵାର ଯୋଗ ପୀଠ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସମ୍ମିଳନୀରେ ଦେଶର ୧୪ ଜଣଙ୍କୁ ଯୋଗ ରତ୍ନ ଉପାଧିରେ ବିଭୂଷିତ ଓ ସମ୍ମାନିତ କରାଯାଇଥିଲା । ଏହି ୧୪ ଜଣଙ୍କ ମଧ୍ୟରେ ଆମ ଓଡ଼ିଶାରୁ ଜଣେ ମାତ୍ର ଶ୍ରୀମତୀ ସ୍ୱାଇଁ ଏହାକୁ ପ୍ରାପ୍ତ କରି ଆମ ରାଜ୍ୟ ତଥା ସୁନ୍ଦରଗଡ ଜିଲ୍ଲାର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ଜିଲ୍ଲା ଏବଂ ବିଭିନ୍ନ ଯୋଗ କେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ଜିଲ୍ଲା ତରଫରୁ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ତାଙ୍କୁ ସମ୍ମାନିତ କରିଥିଲେ ଏବଂ ନିତମ୍ବିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବି ଏସ ଟି ଜିଲ୍ଲା ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପତାଞ୍ଜଳି ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା କିଶାନ୍ ସେବା ସମିତି ପ୍ରଭାରୀ ପିତବାସ ପ୍ରଧାନ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ଜିଲ୍ଲା ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ ଆଦି ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଉଦ୍ୟମ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମହିଳା ମିଡିଆ ପ୍ରଭାରୀ ଆରତୀ କର କବିତା ମାଧ୍ୟମରେ ମାନପତ୍ର ପାଠ କରିଥିଲେ । ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀ ଦାଶ ମଞ୍ଚ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସେକ୍ଟର ୧, ୨, ୪, ୬, ୭, ୮, ୧୪, ୧୫, ୧୬, ୧୭, ୧୮, ୧୯, ୨୦, କୋଏଲ ନଗର, ଜଗଦା ଶିଶୁ ମନ୍ଦିର, ଶକ୍ତି ନଗର, ବାସନ୍ତୀ ପାଠାଘାର, ଚ୍ଛେଣ୍ଡ , ରାଉରକେଲା, ହମିରପୁର ,ରେଲୱେ କଲୋନୀର ସମସ୍ତ କମୁନ୍ୟୁଟି ସେଣ୍ଟର ଯୋଗକେନ୍ଦ୍ରର ସକାଳ ଓ ସନ୍ଧ୍ୟା ଯୋଗକେନ୍ଦ୍ର ଓ ଅନ୍ୟାନ୍ୟ କେନ୍ଦ୍ର ତରଫରୁ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସଂଧ୍ୟାରାଣୀ ସାହୁ, ଜିଲ୍ଲା କୋଷାଧକ୍ଷ ବିଷ୍ଣୁ ପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକ , କପିଳେଶ୍ୱର ମହାରଣା, ମନୋରମା ରାଉତ, ସାବିତ୍ରୀ ସେନାପତି, ତପସ୍ଵିନୀ ସାହୁ, କଳ୍ପନା ପଣ୍ଡା, ସବିତା ପ୍ରଧାନ, ମମତା ରାଉତ, ରଶ୍ମିରେଖା ଦାସ, କୁନ୍ତଳା, ରାମକୃଷ୍ଣ ପଣ୍ଡା, ନିବେଦିତା ବେହେରା, ଅନୁସୁୟା ବାରିକ,ଅର୍ଚ୍ଚନା ସିଂ, ମିନତି ସାହୁ, ମମତା ମହାନ୍ତି, ରଥହରି ପାଲ, ହରି ମହାନ୍ତି, କନକଲତା ଜେନା, ପ୍ରତିମା ଦାସ, ସୁଜାତା ସାହୁ, ସସ୍ମିତା ସାହୁ, ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଉର୍ମିଳା ସାହୁ, ରେଣୁ ତନ୍ତୀ, ନଗେନ୍ଦ୍ର ନାଥ ସ୍ୱାଇଁ, ବ୍ରଜକିଶୋର ପାଣି, ପ୍ରଭାତୀ ବେହେରା, ଗଙ୍ଗାଧର ପଣ୍ଡା, ବିଜୟଲକ୍ଷ୍ମୀ ମାହାତୋ, ରେବତୀ, ଆଶଲତା ସାହୁ ସମେତ ବହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.