ଗାଧଉଥିବା ବେଳେ ପାଣିରେ ବୁଡି ଜୀବନ ହାରିଲେ ବଡ଼ମାଳର ବିପୁଲ ଗହିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ କିଛି କର୍ମଚାରୀମାନଙ୍କ ପୁଅ ମାନେ ନ ଜଣ ମିଶି ଟିଟିଲାଗଡ଼ ବୁଲିବାକୁ ଆସିଥିଲେ । ତେବେ ଟିଟିଲାଗଡ଼ର ଡିଏନ ରିସର୍ଟରୁ ଖାଇବାକୁ ଅର୍ଡର କରିଥିଲେ, ବିଳମ୍ବ ହେବାରୁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରକୁ ବୁଲିବାକୁ ଯାଇଥିଲେ । କୁମୁଡ଼ା ପାହାଡ ଉପରେ ଥିବା ବନ୍ଧରେ ସମସ୍ତେ ଗାଧୋଇବାକୁ ଗଲେ, ତେବେ ହଠାତ ବିପୁଲ କୌଣସି କାରଣରୁ ପାଣି ଭିତରେ ବୁଡ଼ି ଯାଇଥିଲେ, ସାଙ୍ଗରେ ଯାଇଥିବା ପିଲାମାନେ ଚିତ୍କାର କରି ପାଖରେ ଥିବା ପିଲାମାନଙ୍କୁ ଡାକି ବିପୁଲକୁ ପାଣି ଭିତରୁ ବାହାରକୁ ଆଣି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ତେବେ ଡାକ୍ତର ବିପୁଲକୁ ମୃତ ଘୋଷଣା କରିଥିଲେ । ଦୁର୍ଭାଗ୍ୟର ବିଷୟ ଯେ ବିପୁଲକୁ ପହଁରା ଜଣା ନ ଥିବା ତାଙ୍କ ସାଙ୍ଗ ଜଣେ ପ୍ରକାଶ କରିଛନ୍ତି । ତେବେ ମୃତ ଯୁବକ ଜଣେ ବିଟେକ ଛାତ୍ର ଥିବା ଜଣାପଡ଼ିଛି । ତାଙ୍କ ପିତା ସୁନିଲ ଗହିର ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରନ୍ତି । ଏହି ଖବର ପାଇ ଗୋଳାବାରୁଦ କାରଖାନାର ବହୁତ କର୍ମଚାରୀ ଟିଟିଲାଗଡ଼ ଡାକ୍ତରଖାନାରେ ପହଞ୍ଚିଲେଣି । ଟିଟିଲାଗଡ଼ ପୋଲିସ ଆସି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.