ବିପଦରେ ବିଜୁ ହାଇୱେ ଯାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ପଦ୍ମପୁର – ନୂଆପଡା ବିଜୁ ହାଇୱେରେ ରାସ୍ତା ନିର୍ମାଣ ତ୍ରୁଟି ଯୋଗୁ ମର୍ମନ୍ତୁକ ଦୁର୍ଘଟଣା ଦେଖିବାକୁ ମିଳୁଛି । ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣୀ ହେଲେ ସରକାର ଆଖି ଦୃଶିଆ ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇ ଥିବା ଜଣା ପଡୁନାହିଁ । ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ, ପାଇକମାଲ, ସାଲେପାଲି ଖମାର ଘର ସମ୍ମୁଖରେ ବିଜୁ ହାଇୱେ “ଡିଭାଇଡ଼ର” ଓପରେ ଏକ ବିରାଟ କାୟ ବୃକ୍ଷ ମରି ସୁଖୀ ଯାଇଛି ମଝି ରାସ୍ତାରେ ଏବଂ ବିପଦ ସଂକୁଳ ଅବସ୍ଥାରେ ଅଛି । କେତେବେଳେ ବି କାହା ଉପରେ ପଡି ଜୀବନ ନେଇ ପାରେ । ମଝିରେ ମଝିରେ ଗଛର କିଛି କିଛି ଶୁଖିଲା ଅଂଶ ମଧ୍ୟ ରାସ୍ତା ଉପରେ ପଡୁଛି । ହେଲେ ଲୋକେ ସମ୍ପୃକ୍ତ ବିଭାଗର ଦୃଷ୍ଟିକୁ ଆଣିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ । ଏପରିକି ପାଖରେ ବିନ୍ଧ୍ୟବାସିନୀ ମହା ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀମାନେ ସବୁବେଳେ ଚାଲି ଚାଲି ଯିବା ଆସିବା କରୁଛନ୍ତି । ଉକ୍ତ ଶୁଖିଲା ଗଛକୁ ରାସ୍ତା କଡ଼ରୁ ଯଦି ଖୁବ ଶିଘ୍ର ହଟା ନ ଯାଏ ତା ହେଲେ ଆନ୍ଦୋଳନାତ୍ୱକ ପନ୍ଥା ଗ୍ରହଣ କରାଯିବ ବୋଲି ପାଇକମାଲ “ଲାୟନ୍ସ କ୍ଲବ” ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.