centurian jitm

ସର୍ବ ଭାରତୀୟ ବିଂଝାଲ ସମାଜ ବାଲିପଟା ପଞ୍ଚାୟତ ସଭାପତି ସ୍ଵର୍ଗତ ଭାଗିରଥି ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗ୍ରାମର ବିଶିଷ୍ଟ ସୁନାମଧନ୍ୟ ସର୍ବ ଭାରତୀୟ ବିଂଝାଲ ସମାଜ ପଞ୍ଚାୟତ ସଭାପତି ସ୍ୱର୍ଗତ ଭାଗିରଥି ବରିହାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ ବିଂଝାଲ ସମାଜ ଲାଟ ସଭାପତି ହୃଷିକେଶ ବରିହା ମୁଖ୍ୟ ଅତିଥି, ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ, ସହସଂପାଦକ, ଶଙ୍କର ପ୍ରସାଦ ମାଝୀ, ଆଶାରାମ ବରିହା, ବଲାଙ୍ଗିର ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା, ଜିଲ୍ଲା ଉପସଭାପତି ଅଜୁର୍ନ ବରିହା ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, କୋଷାଧ୍ୟକ୍ଷ ବିପିନ ବରିହା କୁରେଶ୍ଵର ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ବରିହା ସ୍ମୃତିଚାରଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ବରିହା ଜଣେ ଶାନ୍ତ ଶିଷ୍ଠ ମେଲାପୀ ବ୍ୟକ୍ତି ଥିଲେ ଓ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କର ବିଯୋଗରେ ସର୍ବ ଭାରତୀୟ ବିଂଝାଲ ସମାଜର ଏକ ଶୂନ୍ୟସ୍ଥାନ ଘଟିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ସ୍ୱର୍ଗତ ବରିହା ଜଣେ ସଚ୍ଚୋଟ ଭାବେରେ ପଞ୍ଚାୟତ ସଭାପତି କାର୍ଯ୍ୟ ତୁଲାଇଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀ ବରିହା ମତ ବ୍ୟକ୍ତ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଳକ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.