oom

ପ୍ରଧାନମନ୍ତ୍ରୀ ବିମାରାଶି ପାଇଲେ ସଂଯୁକ୍ତା

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଜନସାଧାରଣଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ନା’ରେ ଦୁଇଟି ବୀମା ଯୋଜନା ୨୦୧୪ ମସିହାରୁ ପ୍ରଣୟନ କରିଛନ୍ତି । ଯେଉଁଥିରେ କି ଉଭୟ ଯୋଜନାରେ ମୃତ୍ୟୁ ପରେ ହିତାଧିକାରୀଙ୍କ ନୋମିନିଙ୍କୁ ଦୁଇ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଏ । ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ଅନ୍ତର୍ଗତ ମହିବାହାଲ ଗ୍ରାମର ସଂଯୁକ୍ତା ପ୍ରଧାନଙ୍କୁ ବୁଧବାର ତାଙ୍କ ସ୍ୱାମୀଙ୍କ ବୀମା ରାଶି ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ମହିବାହାଲ ଗ୍ରାମର ବିଜ୍ଞାନ ପ୍ରଧାନ ଗତ ଜାନୁଆରୀ ମାସ ୫ ତାରିଖ ଦିନ କ୍ୟାନ୍ସରରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ପୂର୍ବରୁ ସେ ପୁରୁଣାକଟକ ଷ୍ଟେଟ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବାର୍ଷିକ ୩୩୦ ଲେଖାଏଁ ଜମା କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ପରେ ତାଙ୍କ ବୀମା ରାଶି ଦୁଇ ଲକ୍ଷ ଟଙ୍କା ତାଙ୍କ ସ୍ତ୍ରୀ ତଥା ନୋମିନି ସଂଯୁକ୍ତା ପ୍ରଧାନଙ୍କୁ ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ଶାଖାରେ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ତହସିଲଦାର ସମ୍ଭୁପ୍ରସାଦ ମିଶ୍ର, ସଂମାନିତ ଅତିଥି ଭାବେ ଷ୍ଟେଟବ୍ୟାଙ୍କ ଫୁଲବାଣୀ ରିଜିଓନାଲ ମ୍ୟାନେଜର ହୃଦୟରଞ୍ଜନ ଦାଶ, ବୌଦ୍ଧ ଲିଡ଼ ବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇ ମୃତ ବିଜ୍ଞାନ ପ୍ରଧାନଙ୍କ ସ୍ତ୍ରୀଙ୍କୁ ଦୁଇ ଲକ୍ଷ ଟଙ୍କାର ବୀମା ରାଶିର ଚେକ୍‌ ପ୍ରଦାନ କରିଥିଲେ । ଏଥିରେ ପୁରୁଣାକଟକ ଶାଖା ପରିଚାଳକ ପ୍ରକାଶ କୁମାର ସାହୁ, ଏସ୍‌ବିଆଇ ଲାଇଫ୍‌ର କରମ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୀମା ଅର୍ଥ ରାଶି ପାଇଲା ପରେ ସଂଯୁକ୍ତା ସମସ୍ତେ ବୀମା ଅନ୍ତର୍ଭୁକ ହେବା ପାଇଁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.