ଜୁନ୍ ୧ରୁ ପୁଣି ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ : ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ୧ରୁ ଘରୋଇ ବିମାନ ଭଡା ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ଦ୍ୱିତୀୟ ଲହର ସମୟରେ ବିମାନଯାତ୍ରା ଲୋକେ କମ୍ କରୁଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସର ନେଟୱାର୍କ କାପାସିଟି ମଧ୍ୟ କମ୍ କରିବାର ନିଷ୍ପତ୍ତି ନେଇଛି । ଫେବୃଆରୀରେ, ଟିକେଟର ଆରମ୍ଭ ମୂଲ୍ୟ ୧୦ ପ୍ରତିଶତ ଏବଂ ସର୍ବାଧିକ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତି କମରେ ୨୬୦୦ ଟଙ୍କା ଭଡା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ, କମ୍ ଭଡା ସୀମା ବର୍ତ୍ତମାନ ୨୯୦୦ ଟଙ୍କା ବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୩୦୦ ଟଙ୍କା ଦେବେ । ବିମାନ ଯାତ୍ରା ଭଡାର ଏହି ବୃଦ୍ଧି ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ତେବେ ଅଧିକ ବିମାନ ଭଡା ସୀମା ପୂର୍ବଭଳି ରଖାଯାଇଛି । ସରକାରଙ୍କ ଏହି ପଦକ୍ଷେପ ବିମାନ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ ।

Leave A Reply

Your email address will not be published.