ହକି ବିଶ୍ୱକପ୍‌ ନିମନ୍ତେ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସହ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପ୍‌ । ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ୱତନ୍ତ୍ର ବିମାନ । ଭୁବନେଶ୍ୱରରୁ ଝାରସୁଗୁଡାକୁ ବିମାନ ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ଟ୍ରେନ ମଧ୍ୟ ରାଉରକେଲା ଓ ଝାରସୁଗୁଡା ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । ବିଶ୍ୱକପ ପୂର୍ବରୁ ରାଉରକେଲାରେ ମଧ୍ୟ ଦୁଇରୁ ତିନୋଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବା ଯୋଜନା ରହିଛି । ସହରର ସୌନ୍ଦର୍ୟୀକରଣ କରାଯାଉଛି । ବାହାରୁ ଅଫିସିଆଲ୍‌ ଆସିଲେ, ସେମାନଙ୍କ ରହିବା, ଖାଇବା ଓ ଯାତାୟାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଉରକେଲା, ଭୁବନେଶ୍ୱର ଓ କଟକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବାହାରୁ ଆସୁଥିବା ଖେଳାଳି ଓ ଅଧିକାରୀ ଓଡ଼ିଶାକୁ ଅନୁଭବ କରନ୍ତୁ ବୋଲି ଶ୍ରୀ ବେହେରା କହିଥିଲେ ।

Leave A Reply

Your email address will not be published.