jayashree

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ୍‌ କପ୍‌ ଟୁର୍ଣ୍ଣାମେଣ୍ଟ : ବିଲାସପୁର ରେଲବାଇକୁ ହରାଇ ବାପୁଜୀ କ୍ରିକେଟ୍ କ୍ଲବ ଫାଇନାଲରେ

  • ରବିବାର ଫାଇନାଲ ଖେଳିବେ ଏମ୍‌ଏମ୍‌ସିସି ସମ୍ବଲପୁର ବନାମ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ‘ବି’ର ସେମିଫାଇନାଲ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ଵର ଓ ଇଷ୍ଟ ସେଣ୍ଟ୍ରାଲ ରେଳୱେ ବିଲାସପୁର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ୍‌ ଆରମ୍ଭରେ ବାପୁଜୀ କ୍ରିକେଟ୍ କ୍ଲବ ଟସ୍ ଜିଣି ବ୍ୟାଟିଂ କରିଥିଲେ । ବାପୁଜୀ ଦଳ ବ୍ୟାଟିଂ କରି ୩୫ ଓଭରରେ ୯ ୱିକେଟ ହରାଇ ୨୭୨ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ଦେବାଶିଷ ପଟ୍ଟନାୟକ ୫୬(୪୦)ରନ, ଅତୁଲ ଶାବନ ୩୯(୩୧) କରିଥିବା ବେଳେ ସାୟେଦଯକି ୫୪(୪୨)ରନ୍‌ କରିଥିଲେ । ବିଲାସପୁର ଦଳ ପକ୍ଷରୁ ସିଦ୍ଧାନ୍ତ ମୂଲାଇ ୪ଟି ୱିକେଟ ନେଇଥିଲେ । ୨୭୨ରନ୍‌ର ଲକ୍ଷ୍ୟ ନେଇ ବିଲାସପୁର ଦଳ ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୦ ରନ୍‌ ସଂଗ୍ରହ କରି ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ । ବାପୁଜୀ ଦଳ ୧୯୨ ରନ୍‌ରେ ବିଜୟୀ ହୋଇଥିଲେ । ବିଲାସପୁର ଦଳପକ୍ଷରୁ ସର୍ବାଧିକ ଏସ୍‌ ସିଂହ ୨୦ ରନ୍‌ କରିଥିଲେ । ବାପୁଜୀ ଦଳପକ୍ଷରୁ ପ୍ରଦୀପ କୁମାର ପ୍ରଧାନ ୫ ୱିକେଟ ନେଇଥିଲେ । ଆଜିର ପୁରସ୍କାର ବିତରଣୀ ଅବସରରେ ଅତିଥି ଭାବରେ ସମୁଏଲ ହୁସେନ, ନରସିଂହ ଅଗ୍ରୱାଲ ଏବଂ ରାଧା ମାଧବ ପାଣିଗ୍ରାହୀ ଯୋଗଦାନ କରି ୫ ୱିକେଟ୍ ନେଇଥିବା ବାପୁଜୀ ଦଳର ପ୍ରଦୀପ କୁମାର ପ୍ରଧାନଙ୍କୁ ମେନ୍‌ଅଫ୍‌ ଦ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌କୁ ଆମ୍ପାୟାର୍ ସତ୍ୟବ୍ରତ ମହାପାତ୍ର ଓ ବଳରାମ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସ୍କୋରର୍‌ ଭାବେ ଦାୟିତ୍ୱ ନେଇଥିଲେ ଅମରେଶ ବେହେରା ଓ ରିଙ୍କୁ ବରିହା । ସନ୍ତୋଷ ନାୟାର, କୁମାର ଆନନ୍ଦ, ଏସ୍‌.ବି.ସିମରନ, ପ୍ରକାଶ ପାତ୍ର ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ଫାଇନାଲ ମ୍ୟାଚ୍‌ ଏମ୍‌ଏମ୍‌ସିସି ସମ୍ବଲପୁର ଓ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.