ପରୀକ୍ଷା ସମୟରେ ବି ବିଦ୍ୟାଳୟକୁ ବିଳମ୍ବରେ ଆସନ୍ତି ଶିକ୍ଷୟତ୍ରୀମାନେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୋଲନରା ବ୍ଲକ ତାଣ୍ଡିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ପ୍ରଶାସନର ନିର୍ଦ୍ଧାରିତ ସମୟକୁ ଅଣଦେଖା କରୁଥିବା, ବାରମ୍ୱାର ନିୟମ ଭାଙ୍ଗୁଥିବା, ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଆମ ସାମ୍ୱାଦିକ ପ୍ରତିନିଧି ସତ୍ୟାସତ୍ୟ ଜାଣିବା ପାଇଁ ତାଣ୍ଡିପୁର ବିଦ୍ୟାଳୟକୁ ଯାଇଥିଲେ । ଦେଖିବାକୁ ମିଳିଲା ଯେ, ବିଦ୍ୟାଳୟରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲିଛି । ପ୍ରଥମ ଦିନରୁ ୫ ଦିନ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷାର ପ୍ରଥମ ଦିନ ତାଣ୍ଡିପୁର ବିଦ୍ୟାଳୟ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ସକାଳ ୧୦ଟା ୪୦ ମିନିଟ୍‌ ସମୟରେ ଆସିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ଶିକ୍ଷୟତ୍ରୀ ଦୁହେଁ ମନଇଛା ଆସନ୍ତି । କାହାରି ନିର୍ଦ୍ଦେଶକୁ ଖାତିର କରନ୍ତି ନାହିଁ । ନାନା ପ୍ରକାର ଆଳ ଦେଖାଇ ବିଦ୍ୟାଳୟକୁ ବିଳମ୍ୱରେ ଆସନ୍ତି । ବିଦ୍ୟାଳୟରେ ପରୀକ୍ଷା ସମୟରେ ମଧ୍ୟ ଶିକ୍ଷୟତ୍ରୀ ଦୁହେଁ ବିଭିନ୍ନ କରି ବିଦ୍ୟାଳୟ ଉପସ୍ଥିତ ରହନ୍ତି ନାହିଁ । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି । ୨ ଜଣ ଶିକ୍ଷକ ୭ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ଅସମ୍ଭବ, ତା ସହିତ ପରୀକ୍ଷା କରାଇବା ଆହୁରି କଷ୍ଟକର । ଉକ୍ତ ଘଟଣାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.