shyamal

ବିଲକୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣିପାରନ୍ତି ନାହିଁ । କିଏ ମେଡିକାଲରେ ତ’ କିଏ ଘରେ ଜୀବନ ହରାନ୍ତି । ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଖଃଦ ଖବର ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ବୁଢ଼ିକଣ ଗ୍ରାମରେ । ଗ୍ରାମର ଜଗନ୍ନାଥ ଗାଈଗୌରିଆ (୫୦) ଯୁବକ ଜଣଙ୍କ ସବୁଦିନ ପରି ଆଜି ମଧ୍ୟ ନିଜ ବିଲକୁ କାମ କରିବାକୁ ଯାଇଥିଲେ । କୌଣସି କାରଣ ବଶତଃ ଯୁବକ ଜଣଙ୍କ ବିଲ ହିଡ଼ରୁ ଖସି ପଡ଼ିଥିଲେ । ଫଳରେ ଯୁବକ ଜଣଙ୍କ ସେଇ ଅବସ୍ଥାରେ ପାଣି ଭିତରେ ପଡି ରହିଥିଲେ ବୋଲି ପରିବାର ଲୋକ କହିଛନ୍ତି । ଏପଟେ ସ୍ଥାନୀୟ ଲୋକ ଯୁବକଙ୍କ ଅବସ୍ଥାକୁ ଦେଖି ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଧଳପୁର ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ହରଭଙ୍ଗା ଥାନା ପୋଲିସ ପହଁଚି ମୃତ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରିରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

purusottam
Leave A Reply

Your email address will not be published.