om academy

ମୁଣ୍ଡରେ ହାତ ଦେଲେଣି କୁଚିଆ ମଦ ବିକ୍ରେତା

jsm

ଭୁବନେଶ୍ୱର : ଏବେ ମୁଣ୍ଡରେ ହାତ ଦେଲେଣି କୁଚିଆ ମଦ ବିକ୍ରେତା । ନୂଆ ସରକାରଙ୍କ ନୂଆ ମଦ ଆଇନ ସେମାନଙ୍କ ନିଦ ହଜାଇ ଦେଲାଣି । ଓଡ଼ିଶାକୁ ମଦମୁକ୍ତ କରିବାକୁ ସରକାର ବିଚାର ବିମର୍ଷ କରୁଛନ୍ତି । ଏ ସଂକ୍ରାନ୍ତରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସୂଚନା ଦେଇ ସାରିଛନ୍ତି । ଦେଶୀ, ବିଦେଶୀ ମଦ ବନ୍ଦ ହେବା କଥା ଉଠିବା ପରେ ଏବେ ଲୁଚିଛପି ମଦ ବିକି ପୁଳା ପୁଳା ଟଙ୍କା ଆୟ କରୁଥିବା ଛୋଟ ବଡ଼ କୁଚିଆ ମଦ ବିକ୍ରେତାଙ୍କ ଅକଲ୍‌ ଗୁଡ଼ୁମ୍‌ । ଦୀର୍ଘ ବର୍ଷରୁ ବେଆଇନ ଭାବେ ମଦ ବିକି ଏହି ଧନ୍ଦାକୁ କୁଟୀର ଶିଳ୍ପ ଭାବେ ଭାବି ନେଇଥିବା କୁଚିଆ ମଦ ବିକ୍ରେତାମାନେ ଏବେ ଚିନ୍ତାରେ ପଡ଼ିଲେଣି । ପୂର୍ବରୁ କାଁ ଭାଁ ଅବକାରୀ ବିଭାଗ କିମ୍ବା ପୋଲିସ ଦ୍ୱାରା ବେଆଇନ ମଦ ବିକ୍ରି ପାଇଁ ଏମାନେ ଧରାପଡ଼ୁଥିଲେ ବି ଆଇନର ଗଳା ବାଟ ଦେଇ ଏମାନେ ମୁକୁଳି ଆସୁଥିଲେ । ଏବେ କିନ୍ତୁ ଓଡ଼ିଶାରେ ମଦ ବ୍ୟାନ୍‌ ଯଦି ହୁଏ, ତେବେ ଆଇନ ବି କଡ଼ା ହେବ । ଚୋରା ମଦ ବିକ୍ରି କାଠିକର ପାଠ ହେବ । ଏଥିପାଇଁ ଏବେ ମୁଣ୍ଡରେ ହାତ ଦେଲେଣି କୁଚିଆ ମଦ ବେପାରୀ ।

Leave A Reply

Your email address will not be published.