oom

କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ବିକ୍ଷୋଭ ପ୍ରଦର୍ଶନ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଆଜି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇ ଦଫା ଦାବୀ ମଧ୍ୟରେ ବରଗଡ଼ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସ୍କୁଲଗୁଡିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରିବା, ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ଓ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ନିୟମାନୁଯାଇ ସ୍ନାତକ ସହ ଡିଇଏଲ୍‌ଇଡି ପାସ୍ କରିଥିବା ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଆବେଦନ କରିବାକୁ ସୁଯୋଗ ଦେବା ଆଦି ରହିଥିଲା । ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ ୨୨୬ ଶିକ୍ଷକ ପଦବୀ ଖାଲି ପଡ଼ିଛି । ବର୍ତ୍ତମାନ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସ୍କୁଲଗୁଡିକରେ ୧୮ ଖାଲି ପଦବୀ ପୂରଣ ନିମନ୍ତେ ଗତ ଡ଼ିସେମ୍ବର ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ କି ଡିଇଏଲ୍‌ଇଡି ପ୍ରାର୍ଥୀଙ୍କୁ ଆବେଦନ ପାଇଁ ମଧ୍ୟ ସୁଯୋଗ ଦିଆନଯିବା ପ୍ରତିବାଦରେ ଆଜି ବରଗଡ଼ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁନଃ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.