ls

+୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

sb

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦଶମ ବୋର୍ଡ଼ ରେଜଲ୍ଟ ଆଧାରରେ +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବା ଦାବୀ ନେଇ ଆଜି ଶହ ଶହ ଛାତ୍ରଛାତ୍ରୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସେମାନେ ନବୀନ ନିବାସ ଘେରାଉ ଉଦେ୍‌ଦ୍ଦଶ୍ୟ କଂଗ୍ରେସ ଭବନରୁ ନବୀନ ନିବାସକୁ ଯିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇବା ସହ କିଛି ଛାତ୍ରକୁ ମଧ୍ୟ ଉଠାଇ ନେଇଥିବାର ସୂଚନା ମିଳିଛି । ପ୍ରଥମେ କାଉନସିଲ୍ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ନିରାଶ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ବୋଲି କୁହାଯାଉଛି । ଦଶମ ବୋର୍ଡ଼ ରେଜଲ୍ଟ ଆଧାରରେ +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ପିଲାଙ୍କୁ ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଦାବୀ କରୁଛନ୍ତି ।

pc pk
Leave A Reply

Your email address will not be published.