ରାଜ୍ୟରେ ସାର ଯୋଗାଇ ଦେବା ଦାବୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି କେନ୍ଦ୍ର ସରକାର ସାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଚାଷୀ ରୁଆ ବେଉଷଣ ସରିବା ପରେ ସାର ଯୋଗାଇବାରେ ନିଅଣ୍ଟ ହୁଏ । ତେବେ ଲାଭ କ’ଣ ବୋଲି ଚାଷୀ ନେତାମାନେ ଏଇ ସମାବେଶରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ନୂଆପଡା ବିଧାୟକ ରାଜୁ ଢୋଲକିଆଙ୍କ ନେତୃତ୍ୱରେ ଏହି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଇ ସମାବେଶରେ ଶତାଧିକ ଚାଷୀ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଅବନୀ ଯୋଶୀ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ମନୋଜ ମିଶ୍ର, ସମ୍ପାଦକ ଲମ୍ବୋଦର ନିଆଲ, ବିଜୁ ଜନତା ଦଳର ଯୁବ ସମ୍ପାଦକ ଟିଟୁ ପଣ୍ଡା ପ୍ରମୁଖ ନେତା ମଣ୍ଡଳୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.