oom

ଆମ୍‌ ଆଦମୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍‌ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ଗାନ୍ଧୀ ପାଠାଗାରଠାରୁ ପଦଯାତ୍ରା ମାଧ୍ୟମରେ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ୍‌ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମ୍‌ବିକେ, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର ଏବଂ ବ୍ୟାଙ୍କ ମିତ୍ରମାନେ ଦୀର୍ଘ ଦଶବର୍ଷ ଧରି କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନ ହେବା ଅତି କ୍ଷୋଭର ବିଷୟ । ଏଣୁ ତୁରନ୍ତ ଏହି ଦାବୀକୁ ଆପଣଙ୍କ ସରକାର ଗ୍ରହଣ କରୁ । ପ୍ରତ୍ୟେକ ପଂଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଅଧିକରୁ ଅଧିକ ଦାୟିତ୍ୱ ଦେବା ବେଳେ ସେମାନଙ୍କର ଚାକିରିକୁ ସ୍ଥାୟୀ ନ କରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ବଲାଙ୍ଗିର ଆପ୍‌ ନେତା ଶ୍ରୀ ପାଣ୍ଡେ କହିଛନ୍ତି । ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ବିଜୁ ଜନତା ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଲ୍‌ ଓଡିଶା ଜିପିଏଲ୍‌ଏଫ୍‌ ମିଶନ ଶକ୍ତି କର୍ମୀ ସାମୁଖ୍ୟ ମଧ୍ୟ ଏହି ଦାବୀ ପୁରଣ ପାଇଁ ଫେବୃୟାରୀ ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ୨୦ ହଜାର ଏମ୍‌ବିକେ, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଏବଂ ଏଲ୍‌ଏସ୍‌ପି ଏହି ଆନ୍ଦୋଳନରେ ଓଡିଶାରେ ବିଭିନ୍ନ ଅଂଚଳରୁ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏ ଦାବୀ ପୁରଣ ପାଇଁ ଆମ୍‌ ଆଦମୀ ପାର୍ଟି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଆମ୍‌ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜିର ସୁରଥ ବେହେରା, ସଦାଶିବ ମେହେର, ରମାକାନ୍ତ ବେହେରା, ଅଶୋକ ସୁନା, ଜୟପ୍ରକାଶ ମିଶ୍ର, ସମ୍ରାଟ ଭୋଇ, ଶଙ୍କର ପ୍ରସାଦ ନାଗ, ସୁରେଶ ମହାନନ୍ଦ, ଗଜପତି କଲେଇ, ସରୋଜ ସାମଲ, ଲଳିତ ସାହୁ, ରମଞ୍ଚାଲ ଦୀପ, ସସ୍ମିତା କୁରା ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.