ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗତକାଲି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ବୈମାତୃକ ଭାଵନରେ ମୋଦି ସରକାରଙ୍କ ଦ୍ୱାରା ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା(ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ)ଙ୍କ ନିର୍ଦ୍ଧେଶ କ୍ରମେ ଶୁକ୍ରବାର ଦିନ ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ଅବନୀ କୁମାର ଶତପଥୀଙ୍କ ତତ୍ୱାବଧାନରେ ଜଗନ୍ନାଥପୁର ଓ ରଘୁନାଥପୁରର ତିନିଗୋଟି ପେଟ୍ରୋଲ ପମ୍ପ ତଥା ଭତରା, ପଙ୍କଜ ଓ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମ୍ମୁଖରେ ପେଟ୍ରୋଲ ଓ ଡିଜେଲଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସ କର୍ମୀ ମାନେ ହାତରେ ପ୍ଲାକାର୍ଡ ଧରି ଶତାଧିକ କର୍ମୀ ନାରାବାଜି କରାଯିବା ସହ ସ୍ଲୋଗାନ ଦେଇଥିଲେ । ଏଥିରେ ନରେନ୍ଦ୍ର ସ୍ବାଇଁ, ରାନୁ ତ୍ରିପାଠୀ, କୁନା ବିଷୋୟୀ, ସୂର୍ୟ୍ୟ ସାହୁ, ମୁନାନାୟକ, ନରସିଂହ ସେଠୀ, ଗଣେଶ ସାହୁ, କାଳିଆ ଶତପଥୀ, ଚିତ୍ତରଞ୍ଜନ ଶତପଥୀ, ରାଧୁକା ସହ ବହୁ କଂଗ୍ରେସ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ । ସଭାପତି ଅବନୀ କୁମାର ଶତପଥୀ କହିଛନ୍ତି, ଯଦି ପେଟ୍ରୋଲ ଓ ଡିଜେଲ ଦର ନକମିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ ।
Next Post