ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସମଗ୍ର ରାଜ୍ୟରେ ଏବେ ଏଲପିଜି ଗ୍ୟାସକୁ ନେଇ ସୃଷ୍ଟି ହୋଇଛି ଅଚଳାବସ୍ଥା । ଏହାର ଫାଇଦା ଉଠାଇ ଅସାଧୁ ବ୍ୟବସାୟୀ ମାନେ ଗ୍ୟାସକୁ ବ୍ୟାପକ ଭାବେ କଳାବଜାର କରିବା ଆରମ୍ଭ କରିଦେଇଛନ୍ତି । ରନ୍ଧନ ଗ୍ୟାସ ନପାଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି । ଏପରିକି ହୋଟେଲ ବ୍ୟବସାୟୀମାନେ ଏବେ ହୋଟେଲ ବନ୍ଦ କରିବାକୁ ବସିଲେଣି । ଏଥିସହ ଖାଇବା ତେଲ ସହ ଅତ୍ୟାବଶ୍ୟକ ସମାଗ୍ରୀର ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଏବଂ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ବେଳେ ବିକ୍ଷୋଭରେ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ସୁଧିର ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ବୁଲୁ ଦାନୀ, ମାଧବ କୁମ୍ଭାର, ପ୍ରମୋଦ ଗୁରୁ, ରଞ୍ଜିତ ରାଏ, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ତରଣୀସେନ ବାରିକ, ବିଶ୍ଵନାଥ ନେଗି, ଲକ୍ଷ୍ମଣ ସୁନା, ରାଜେନ୍ଦ୍ର ମେହେର, ହୃଷୀକେଷ କର୍ଣ୍ଣ, ବରୁଣ ସୁନା, ଭରତ ଜେନା, ସୁରଥ ପ୍ରଧାନ, ରାଜା ହରିପାଲ, ଅମିତ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ସାମିଲ ଥିଲେ ।
Prev Post