ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ .ରାମପୁର ସିପିଆଇଏମ୍ ପକ୍ଷରୁ ବିଭିନ୍ନ ଦାବୀ ନେଇ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ସିପିଆଇଏମ୍ର କର୍ମକର୍ତ୍ତାମାନେ ସ୍ଥାନୀୟ ଚାରିଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କ ଜଙ୍ଗଲ ଜମିର ଅଧିକାର ପ୍ରଦାନ, ସମସ୍ତ ଚାଷୀଙ୍କଠାରୁ ସରକାରୀ ଦରରେ ମଣ୍ଡି ଜରିଆରେ ଧାନ କ୍ରୟ କରାଯାଉ, ଟୋକନ ବ୍ୟବସ୍ଥା ବନ୍ଦ କରାଯାଉ, ମ.ରାମପୁରକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ, ଖାଲି ପଡିଥିବା ବିଶେଷଜ୍ଞ ପଦବୀ ପୂରଣ, ଉର୍ଲାଦାନୀ ପଞ୍ଚାୟତର ୮ ଗୋଟି ଗାଁର ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ସମାଧାନ ଆଦି ୭ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମ.ରାମପୁର ବ୍ରାଞ୍ଚ କମିଟି ସଂପାଦକ ସତ୍ୟଜିତ ଚାଟାର୍ଜୀ, ଜିଲ୍ଲା କମିଟି ସଦସ୍ୟ ଗଙ୍ଗାଧର ପ୍ରହରାଜ, ଶତୃଘ୍ନ ରଣା, ପୁରନ୍ଦର ସିଂ ଠାକୁର, ଅନିରୁଦ୍ଧ ଭୋଇ, କୁମରମଣି ମାଝୀ, ନକୁଳ ନାଏକ, ବିନିତା ରାଉତ ସମେତ ମହିଳା ପୁରୁଷ ସାମିଲ ହୋଇଥିଲେ ।