ବୌଦ୍ଧ, (କେପିଏନ୍ଏସ୍) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ୯ ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ସହିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମୁରୁସୁଣ୍ଡି ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥଲେ ।
ପାଚକ ପାଚିକାମାନଙ୍କୁ ମାସିକ ୯୫୭୦ ଟଙ୍କା ଦରମା ପ୍ରଦାନ, ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା, ୨୦୧୮ ମସିହା ଠାରୁ ଏ ପର୍ଯ୍ୟନ୍ତ ଦରମାର ବକେୟା ପାଉଣା ପ୍ରଦାନ, ୬୦ ବର୍ଷ ବୟସରୁ ଅବ୍ୟାହତି ପରେ ପେନସନ ପ୍ରଦାନ, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଖରାଛୁଟିରେ ମଧ୍ୟ ଦରମା ପ୍ରଦାନ କରାଯାଉ ଆଦି ଦାବୀ ନେଇ ଦାବୀପତ୍ର ପ୍ରଦାନ କରାଯାଇଥିଲା ।