ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କିଷାନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସୋନପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରି ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୫ ଦଫା ଦାବୀରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଜୁଲାଇ ୧୫ ଯାଏ ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖରୁ ଧାନ କ୍ରୟ, ରବି ଧାନ କିଣାର ସମୟସୀମାକୁ ବୃଦ୍ଧି କରିବା ପାଇଁ ଦାବୀ କରିଛି କିଷାନ କଂଗ୍ରେସ କଂଗ୍ରେସ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ଦାମ୍ ୨୯ଶହ ୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ ହୋଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା କିଷାନ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.