ପୋଲିସ ପଞ୍ଝାରେ ବାଇକ୍ ଚୋର : ୧୫ ବାଇକ୍ ଜବତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍) : ଦୀର୍ଘ ଦିନ ଧରି ବୋରିଗୁମ୍ମା ଥାନା ଅଞ୍ଚଳରେ ବେଶ୍ ସକ୍ରିୟ ଥିଲେ ବାଇକ୍ ଲୁଟେରା ଦଳ । ଏମିତି କି ଗତ ୩ ମାସ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳରୁ ୧୬ରୁ ଅଧିକ ବାଇକ୍ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକି ବୋରିଗୁମ୍ମା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଶେଷରେ ଆଜି ଏହି ଚୋରା ରାକେଟ୍‌ ଦଳକୁ କାବୁ କରିଥିବା ସୂଚନା ଦେଲେ ବୋରିଗୁମ୍ମା ଏସ୍‌ଡ଼ିପିଓ ତପସ୍ପିନୀ କଅଁର । ଚୋରା ବାଇକ୍ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦୁବଲି ଗାଁର ଅନିଲ ହରିଜନଙ୍କ ସମେତ ଜୟପୁର ସଦର ଥାନା ସହଯୋଗୀ ଧନପତି ନାଗ ଓ ଚୋରା ଗାଡ଼ି ରଖିବାରେ ସାହାଯ୍ୟ କରୁଥିବା ସାଜନ ହରିଜନକୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୩ଟି ଗାଡ଼ି ଉଦ୍ଧାର ହୋଇଛି । ଉଦ୍ଧାର ୧୩ଟି ଗାଡ଼ି ମଧ୍ୟରୁ ବୋରିଗୁମ୍ମା ଅଞ୍ଚଳର ୩ଟି ଗାଡ଼ି ଓ ଉଦ୍ଧାର ହୋଇଥିବା ୧୦ ଗାଡ଼ିକୁ ମାଲିକକୁ ପୋଲିସ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି । ବହୁ ଦିନ ଧରି ଏହି ବାଇକ୍ ଚୋରା ରାକେଟ ସକ୍ରିୟ ଥାଇ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ବୋଇପାରିଗୁଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ । ଏହି ଚୋରି ଦଳରେ ଜଡ଼ିତ ବ୍ୟବସାୟୀ ଏବଂ ୩ ସହଯୋଗୀକୁ ଅତିଶୀଘ୍ର ଗିରଫ କରିବେ ବୋଲି ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସ୍‌ଡ଼ିପିଓ ତପସ୍ପିନୀ କଅଁର ।

Leave A Reply

Your email address will not be published.