ପୂର୍ବ ଶତୃତା ଓ ରାଜନୀତିକୁ କେନ୍ଦ୍ର କରି ବାଇକ ଜାଳିଦେଲେ ଦୃର୍ବୃତ୍ତ

ଢେଙ୍କାନାଳ : ପୂର୍ବ ଶତୃତା ଓ ରାଜନୀତିକୁ କେନ୍ଦ୍ର କରି ତିନୋଟି ବାଇକ ଜାଳିଦେଲେ ଦୃର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ହିନ୍ଦୋଳ ଏନ୍‌ଏସିର ୫ ନମ୍ବର ୱାର୍ଡ ଧୁଣ୍ଡିନାଳୀ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ରାଜେଶ ପାଲଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି । ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ୪ଜଣ ଯୁବକଙ୍କ ନାମରେ ହିନ୍ଦୋଳ ଥାନାରେ ଅଭିଯୋଗ କରିଛନ୍ତି ରାଜେଶ । ଏକ ରାଜନୈତିକ ଦଳ ପାଇଁ କାମ କରୁଥିଲେ ରାଜେଶ । ଯାହାକୁ ନେଇ ସ୍ଥାନୀୟ କିଛି ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ଟାର୍ଗେଟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରାଜେଶ । ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.