- ଶବ୍ଦରେ ଲୋକେ ଅତିଷ୍ଟ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛିଦିନ ହେବ କିଛି ଯୁବକଙ୍କ ବାଇକ ଚାଳନା ଯୋଗୁଁ ଲୋକେ ସ୍ତବ୍ଧ ହୋଇଯାଉଛନ୍ତି । ସତେ ଯେମିତି ଟିଟିଲାଗଡରେ ପୋଲିସକୁ ଡର ନାହିଁ । କିଛି ଯୁବକ ନମ୍ବର ବିହୀନ ବାଇକ ଧରି ବହୁତ ଜୋରରେ ଗାଡ଼ି ଚଳାଇବା, ଭୟଙ୍କର ସାଉଣ୍ଡୱାଲା ସାଇଲେନ୍ସର ବାଇକରେ ଲଗାଇ ଚଳାଇବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସାଇଲେନସର ଖୋଲି ଦେଇ ସହର ମଝିରେ ବାଇକ ଚଳାଇବା ଯୋଗୁଁ ଶବ୍ଦ ପ୍ରଦୂଷଣ ହେବା ସହ ଜନସାଧାରଣ ସେହି ଶବ୍ଦ ଶୁଣି ଅଣାୟତ୍ତ ହୋଇଗଲେଣି । ଯାତ୍ରାମାନଙ୍କୁ ଆସୁଥିବା ମୌଦ୍ କା କୁଆଁ ଖେଳ ଭଳି ଏମାନଙ୍କ ବାଇକରୁ ସାଉଣ୍ଡ ବାହାରୁଛି । ଏ ଦିଗରେ ପୋଲିସ ପ୍ରଶାସନ ତଥା ପେଟ୍ରୋଲିଂ କରୁଥିବା ଗାଡ଼ି ଏମାନଙ୍କୁ ଧରିବା ସହ ଜୋରିମାନା ଆଦାୟ କରିବା ସହ ସାଇଲେନସର କାଢିବାକୁ ଦାବି ହେଉଛି । କିଛିଦିନ ତଳେ ବଲାଙ୍ଗିର ଓ ଅନ୍ୟ ସହରରେ ବୁଲେଟ ଚାଳକଙ୍କ ଗାଡିରୁ ଏଭଳି ସାଇଲେଂସର୍ କଢ଼ାଯାଇଥିଲା । କମ ବୟସର ପିଲାମାନେ ଅତି କ୍ଷୀପ୍ରଗତିରେ ବାଇକ ଚଳାଇବା ସେମାନଙ୍କ ଜୀବନକୁ ମଧ୍ୟ ବିପଦ ହେଉଥିବା ବେଳେ ହୃଦ୍ରୋଗୀଙ୍କ କେତେବେଳେ କଣ ଘଟିବ କିଏ କହିବ । ଯଥାଶୀଘ୍ର ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।