
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ରରେ ରଥର ନୋଡାଲ ଅଫିସର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ସହ ସବୁଜ ପତାକା ଦେଖାଇ ଏହି ରଥକୁ ଉଦ୍ଘାଟନ କରିଥିଲେ । ବିକଶିତ ଭାରତର ସଂକଳ୍ପ ପାଠ କରିବା ସହ ଭାରତକୁ ୨୦୪୭ ସୁଧା ବିକଶିତ ଏବଂ ଆତ୍ମନିର୍ଭର କରିବାକୁ ଶପଥ ପାଠ କରାଇଥିଲେ । ଭାରତର ଏକତାକୁ ସୁଦୃଢ କରାଇବା ସହ କିପରି ଉତ୍ତମ ନାଗରିକ ହୋଇପାରିବେ ସେ ବିଷୟରେ ସମସ୍ତେ ସଂକଳ୍ପ ନେଇଥିଲେ । ଏହି ଗାଡି ଦିନକୁ ୩ଟି ଗ୍ରାମପଞ୍ଚାୟତ ବୁଲିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଲୋକୋଙ୍କ ପାଖକୁ ପହଞ୍ଚାଇବ । ରଥ ଉଦ୍ଘାଟନ ଉପଲକ୍ଷେ କୃଷି, ସଞ୍ଚୟ, ବ୍ୟାଙ୍କସେବା, ଉଜ୍ଜ୍ଵଳା ଗ୍ୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଚ ଭାରତ ମିଶନ, ସ୍ୱାସ୍ଥ୍ୟ ସେବା ଆଦି ବିଷୟରେ ଯୋଜନା ସମ୍ବର୍ଦ୍ଧିତ ଭିଡିଓ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଏପିଡି ତରଣୀ ସୁନା, ଅରମାସ ସିଇଓ କମଲେନ୍ଦୁ ପାଲ, ବଲାଙ୍ଗିର ବିଡିଓ ଶରତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।