Backgrounder ID : ୧୫୬୫୬୧ : ବିକଶିତ ଭାରତ – ଜୀ ରାମ ଜୀ ବିଲ୍ ୨୦୨୫ : “ଏକ ବିକଶିତ ଭାରତ ପାଇଁ ମନରେଗାରେ ସଂସ୍କାର
- ବିକଶିତ ଭାରତ – ଜୀ ରାମ ଜୀ ବିଲ୍, ୨୦୨୫ ବିକଶିତ ଭାରତ ୨୦୪୭ ସହିତ ସଂଯୁକ୍ତ ଏକ ନୂତନ ବୈଧାନିକ ଢାଞ୍ଚା ମାଧ୍ୟମରେ ମନରେଗାରେ ପରିବର୍ତ୍ତନ ଆଣିବ ।
- ପ୍ରତି ଗ୍ରାମୀଣ ପରିବାର ପାଇଁ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି, ଯାହା ଆୟ ସୁରକ୍ଷାକୁ ସୁଦୃଢ଼ କରିଥାଏ ।
- ଚାରୋଟି ପ୍ରାଥମିକତା କ୍ଷେତ୍ରରେ ଦୀର୍ଘସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ସହିତ ମଜୁରୀ ଆଧାରିତ ନିଯୁକ୍ତିକୁ ସଂଯୋଗ କରିଥାଏ ନୂଆଯୋଜନା ।
- ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ମାଧ୍ୟମରେ ଜାତୀୟ ସ୍ତରରେ ସମନ୍ୱିତ ଏବଂ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ବିକେନ୍ଦ୍ରୀକରଣକୁ ସୁଦୃଢ଼ କରିଥାଏ ।
- ଆଦର୍ଶ ପାଣ୍ଠି ଏବଂ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଢାଞ୍ଚା ପରିବର୍ତ୍ତନକୁ ପୂର୍ବାନୁମାନ ଯୋଗ୍ୟ, ଉତ୍ତରଦାୟୀ ଏବଂ କେନ୍ଦ୍ର-ରାଜ୍ୟ ସହଭାଗୀତାକୁ ଉନ୍ନତ କରିଥାଏ ।
ନୂଆଦିଲ୍ଲୀ, (ପିଆଇବି) : ଗ୍ରାମୀଣ ରୋଜଗାର ପ୍ରାୟ ଦୁଇ ଦଶନ୍ଧିଧରି ଭାରତର ସାମାଜିକ ସୁରକ୍ଷା ଢାଞ୍ଚାର ଆଧାର ହୋଇ ରହି ଆସିଛି । ୨୦୦୫ରେ କାର୍ଯ୍ୟକାରୀ ହୋଇଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ମନରେଗା) ମଜରୁ ଆଧାରିତ ରୋଜଗାର ପ୍ରଦାନ କରିବା, ଗ୍ରାମୀଣ ଆୟକୁ ସ୍ଥିର କରିବା ଏବଂ ମୌଳିକ ଭିତ୍ତି ଭୂମି ନିର୍ମାଣରେ ମୁଖ୍ୟ ଭୂମିକା ନିର୍ବାହ କରିଛି । ତେବେ ସମୟ ସହିତ ଗ୍ରାମୀଣ ଭାରତର ଢାଞ୍ଚା ଏବଂ ଲକ୍ଷ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି । ବର୍ଦ୍ଧିତ ଆୟ, ଯୋଗାଯୋଗ, ବ୍ୟାପକ ଡିଜିଟାଲ ପ୍ରସାର ଏବଂ ଭିନ୍ନଭିନ୍ନ ଜୀବିକା ଗ୍ରାମୀଣ ରୋଜଗାର ଆବଶ୍ୟକତାର ପ୍ରକୃତିରେ ପରିବର୍ତ୍ତନ ଆଣିଛି ।
ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ ବା ଭିବିଜୀ ରାମ ଜୀବିଲ୍ ୨୦୨୫ ଆଣିଛନ୍ତି । ଏହି ବିଲ୍ ମନରେଗାରେ ବ୍ୟାପକ ପରିବର୍ତ୍ତନ ଆଣିବ । ଏହା ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ ୨୦୪୭ ସହିତ ଯୋଡ଼ିବ । ଏହା ଏକ ଉତ୍ତର ଦାୟୀ
ବ୍ୟବସ୍ଥା ଆଣିବ ଯାହା
ମୌଳିକ ଭିତ୍ତି ଭୂମିକୁ ସୁଦୃଢ଼ କରିବା ସହିତ ଆୟ ସୁରକ୍ଷା ସୁନିଶ୍ଚିତ କରିବ। ।
ଭିବିଜୀରାମଜୀ ବିଲ୍ ୨୦୨୫ବିଲ ମନରେଗା ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଅନୁରୂପ ଏକ ଆଧୁନିକ ଗ୍ରାମୀଣ ନିଯୁକ୍ତି ଢାଞ୍ଚା ପ୍ରସ୍ତୁତ କରିବ । ଏହା ପ୍ରତି ପରିବାର ପିଛା ବାର୍ଷିକ ୧୨୫ ଦିନ ଶ୍ରମ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ଯୋଗାଇଦେବ । ପୂର୍ବରୁ ମନରେଗାରେ ୧୦୦ ଦିନର କାମ ଗ୍ୟାରେଣ୍ଟି ମିଳୁଥିଲା । ନୂଆ ବିଲରେ ଚାରିଟି ପ୍ରାଥମିକତା ଆଧାରିତ କ୍ଷେତ୍ରକୁ ଚୟନ କରାଯାଇଛି । ସେଗୁଡ଼ିକ ହେଲା : ଜଳସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଏବଂ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ ।
ଜାତୀୟ ଭୂସ୍ଥାନିକ ପ୍ଲାଟଫର୍ମ ସହିତ ବିକଶିତ ଗ୍ରାମ ପଞ୍ଚାୟତର ସଂଯୋଗ ହେବ । ସ୍ଥାନୀୟ ଯୋଜନା ପ୍ରସ୍ତୁତିକୁ ଜାତୀୟ ସ୍ତର କାର୍ଯ୍ୟକ୍ରମସହିତସମନ୍ୱିତ କରାଯିବ । କୃଷି କ୍ଷେତ୍ରକୁ ସମର୍ଥନ କରାଯିବ । ଫସଲ ବୁଣା ଏବଂ ଅମଳ ଋତୁରେ ୬୦ ଦିନର କାର୍ଯ୍ୟ ବନ୍ଦ ଅବଧି ରଖାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ । ନୂଆ ବିଲରେ ପୂର୍ବାନୁମାନ ଯୋଗ୍ୟପାଣ୍ଠି ଯୋଗାଣ ବ୍ୟବସ୍ଥା ରହିଛି । ଏହା ରୋଜଗାର ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବ । ସବୁ କାମର ଏଆଇ ତଦାରଖ କରାଯିବ । ବାସ୍ତବ ସମୟ ଡ୍ୟାଶବୋର୍ଡ ଏବଂ ସାମାଜିକ ଅଡିଟ୍ ସ୍ୱଚ୍ଛତା ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବ । ନୂଆ ଯୋଜନାର କେନ୍ଦ୍ର ପ୍ରାୟୋଜିତ ଢାଞ୍ଚା ଜରିଆରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣ୍ଠି ଯୋଗାଣ ଉତ୍ତର ଦାୟିତ୍ୱ ବହନ କରିବେ । ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ମାଧ୍ୟମରେ ଜାତୀୟ ସ୍ତରରେ ସମନ୍ୱିତ ଏବଂ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ବିକେନ୍ଦ୍ରୀକରଣକୁ ସୁଦୃଢ଼ କରିଥାଏ ।
ବିକଶିତ ଭାରତ – ଜୀ ରାମ ଜୀ ବିଲ୍ ୨୦୨୫ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟିକୁ ଆଧୁନିକୀକରଣ କରିବ । ଏହା ଦାୟିତ୍ୱକୁ ସୁଦୃଢ଼ କରି ଏବଂ ଦୀର୍ଘ କାଳୀନ ଭିତ୍ତିଭୂମି ଓ ଜଳବାୟୁ ସ୍ଥିରତା ଲକ୍ଷ୍ୟ ସହିତ ନିଯୁକ୍ତି ସୃଷ୍ଟିକୁ ଯୋଡ଼ିବ । ନୂଆବିଲରେ ୧୨୫ ଦିନର କାମ ନ ମିଳିଲେ କାମ ଆରମ୍ଭ ତାରିଖ ଠାରୁ ବେକାରି ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ରୋଜଗାରକୁ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହ ଯୋଡ଼ିବା ଫଳରେ ଦୀର୍ଘକାଳୀନ ଗ୍ରାମୀଣ ବିକାଶକୁ ସମର୍ଥନ ମିଳିବ । ଯୋଜନାପ୍ରସ୍ତୁତି, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏବଂ ଆନୁଷ୍ଠାନିକରଣ ଦ୍ୱାରା ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ । ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ଯୋଜନା ପ୍ରସ୍ତୁତିକୁ ବିକେନ୍ଦ୍ରୀକରଣ କରାଯିବ । ଦୃଢ଼ ଡିଜିଟାଲ ଏବଂ ସାମାଜିକ ଉତ୍ତର ଦାୟିତ୍ୱ ସୁନିଶ୍ଚିତ ହେବ ।
ମଜୁରୀ, ସାମଗ୍ରୀ ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ ରାଜ୍ୟ ଅଂଶ ସମେତମୋଟ ବାର୍ଷିକ ପାଣ୍ଠି ଆବଶ୍ୟକତା ୧,୫୧,୨୮୨ କୋଟି ଟଙ୍କା ରହିଛି । ଏଥିମଧ୍ୟରୁ, କେନ୍ଦ୍ରୀୟ ଅଂଶ ୯୫,୬୯୨.୩୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ପରିବର୍ତ୍ତନ ରାଜ୍ୟଗୁଡ଼ିକ ଉପରେ କୌଣସି ଅନୁଚିତ ଆର୍ଥିକ ବୋଝ ଲଦିବ ନାହିଁ । ପାଣ୍ଠି ଢାଞ୍ଚା ରାଜ୍ୟ କ୍ଷମତା ଅନୁସାରେ ପ୍ରସ୍ତୁତ କରାଯାଇଛି । ଏଥିରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ୬୦:୪୦ ଖର୍ଚ୍ଚ- ବଣ୍ଟନ ଅନୁପାତ, ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟଗୁଡ଼ିକ ପାଇଁ ବର୍ଦ୍ଧିତ ୯୦:୧୦ ଅନୁପାତ ଏବଂ ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଅନ୍ତର୍ଭୁକ୍ତ । ଏହି ବିଲ୍ ରୋଜଗାର ସୃଷ୍ଟିକୁ ଉତ୍ପାଦନଶୀଳ ସମ୍ପତ୍ତି ସୃଷ୍ଟି ସହିତ ଯୋଡ଼ି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିଥାଏ, ଏହାଦ୍ୱାରା ପରିବାରର ଆୟ ବୃଦ୍ଧି ପାଇଥାଏ ଏବଂ ଅନୁକୂଳନ କ୍ଷମତାରେ ଉନ୍ନତି ଆସିଥାଏ । ଏହା ଜାତୀୟ, ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ସମନ୍ୱିତ, ଉତ୍ତରଦାୟୀ ଏବଂ ସ୍ୱଚ୍ଛ ଭାବରେ ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ ସାଂଗଠନିକ ଢାଞ୍ଚା ସୃଷ୍ଟି କରେ । ନୂଆବିଲ୍ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟକାରିତା ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ କରିବା, ଗୁରୁତର ଅନିୟମିତତା ଚିହ୍ନଟ ହେଲେ ପାଣ୍ଠି ପ୍ରଦାନକୁ ସ୍ଥଗିତ ରଖିବା ଏବଂ ତ୍ରୁଟି ଦୂର କରିବା ପାଇଁ ସଂଶୋଧନ କିମ୍ବା ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ କ୍ଷମତା ପ୍ରଦାନ କରେ ।