oom

ଡ. ଅର୍ଚ୍ଚନା ପାଢୀ ରେଡକ୍ରସ ସେଚ୍ଛାସେବୀଙ୍କୁ ବତାଇଲେ ବ୍ୟକ୍ତିତ୍ୱ ବିକାଶର ପାଠ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିକ୍ଷାର ଅର୍ଥ ହେଉଛି ବ୍ୟକ୍ତିର ସାମଗ୍ରିକ ବିକାଶ, ଶାରିରୀକ, ମାନସିକ, ସାମାଜିକ ଓ ଆବେଗିକ ବିକାଶର ସମାହାର । ଡ. ଅର୍ଚ୍ଚନା ପାଢୀ ଜଣେ ମେଧାବୀ ଛାତ୍ରୀ ହେବା ସହିତ ସୁପ୍ରସିଦ୍ଧ ଗାୟିକା ଅଟନ୍ତି । ଏକାଧାରରେ ସେ ଡାକ୍ତର ହୋଇ ରୋଗୀଙ୍କ ଚିକିତ୍ସା କରିବା ସହିତ ସଂଗୀତ ଗାନ କରି ଓଡିଶା ରାଜ୍ୟ, ଆମ ଦେଶ ତଥା ବିଦେଶରେ ଅନେକ ସୁନାମ ଅର୍ଜନ କରିଛନ୍ତି । ପ୍ରକାଶ ଥାଉକି, ଡାକ୍ତର ପାଢୀ ଛାତ୍ରୀ ଜୀବନରେ ଜଣେ ଜୁନିୟର ରେଡକ୍ରସର ସ୍ୱେଚ୍ଛାସେବୀ ଥିଲେ । ସେ ରେଡକ୍ରସର ମୂଳମନ୍ତ୍ରରେ ଦିକ୍ଷୀତ ହୋଇ ବିଭିନ୍ନ ସେବାମୂଳକ କାର୍ଯ୍ୟ ଯେପରିକି, ରୋଗୀ ସେବାରୁ ଆରମ୍ଭ କରି ରକ୍ତଦାନ, ଜନ୍ମଦିନରେ ଅନ୍ନଦାନ, ଶୀତବସ୍ତ୍ର ଦାନ, ବୃକ୍ଷରୋପଣ, ଗ୍ରୀଷ୍ମ ସମୟରେ ଜଳଦାନ କରିବା ସହିତ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି ବୋଲି ଶିବିରରେ ମତବ୍ୟକ୍ତ କରିଥିଲେ । ଶିକ୍ଷା କେବଳ ପାଠ୍ୟ ପୁସ୍ତକ ଭିତରେ ସୀମିତ ନ ରହି ଦୈନନ୍ଦିନ ଜୀବନରେ ବ୍ୟବହାର ଉପଯୋଗୀ ହୋଇପାରେ ବୋଲି ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ଠାରେ ଆୟୋଜିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ୬୨୨ ଜଣ ଶିବିରାର୍ଥୀଙ୍କୁ ଅବଗତ କରାଇଥିଲେ । ପରେ ଡାକ୍ତର ଅର୍ଚ୍ଚନା ପାଢୀ ସଂଗୀତ ଗାନ କରି ଶିବିରାର୍ଥୀ ମାନଙ୍କୁ ଆନନ୍ଦିତ କରିଥିଲେ । କାର୍ଯ୍ୟକ୍ରମରେ ଅବିଭକ୍ତ ବଲାଙ୍ଗିର-ସୋନପୁରର ପ୍ରାକ୍ତନ ଜୁନିୟର ରେଡକ୍ରସ ସଂଗଠକ ଚିନ୍ତାମଣି ମହାପାତ୍ର ଓ ଡା. ଅର୍ଚ୍ଚନା ପାଢୀଙ୍କ ପିତା ସିନୁସୁନ୍ଦର ପାଢୀ ଯିଏକି ବଲାଙ୍ଗିର ଜିଲ୍ଲା ପତିତପାବନ ଏକାଡେମୀରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଯୋଗଦେଇ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ହେଲେ କର୍ମକୁ ହିଁ ଜୀବନରେ ମାନଦଣ୍ଡ କରିବାକୁ ହେବ ବୋଲି ସ୍ୱେଚ୍ଛାସେବୀଙ୍କୁ ବୁଝାଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଲା ଜୁନିଅର ରେଡ଼କ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର ସଂଯୋଜନା କରିଥଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.