oom

ୱାର୍ଡ ନଂ.୨୦ରେ ବିକାଶର ଚିତ୍ର ଧୂମିଳ : ନାଁ ସୁଧୁରୁଛି ରାସ୍ତା, ପିଇବା ପାଣି ଅବସ୍ଥା, ନା ଉଠୁଛି ମଇଳା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଲେସଲାଇନ ୱାର୍ଡ ନଂ.୨୦ବାସିନ୍ଦା ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି । ଅଂଚଳର ସମସ୍ତ ରାସ୍ତା ଦିନକୁ ଦିନ ଖରାପ ହୋଇ ବସୁଥିବା ବେଳେ ଦୈନନ୍ଦିନ ପିଇବା ପାଣି ଯୋଗଣ ହେଉନାହିଁ । ଏପରିକି ଅଂଚଳର ମଇଳା ଆବର୍ଜନ ପୌରପାଳିକା ଦ୍ୱାରା ଉଠା ଯାଉ ନଥିବା ବେଳେ ନାଳଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏଭଳି ଅବସ୍ଥାରେ ସାରା ବଲାଙ୍ଗିର ବିକାଶ ସହ ତାଳ ଦେଇ ଉନ୍ନତି ପଥେ ଚାଲୁଥିବା କୁହାଯାଉଥିବା ବେଳେ ୱାର୍ଡ ନଂ.୨୦ରେ ବିକାଶର ଚିତ୍ର ଧୂମିଳ ବୋଲି ଜଣାପଡୁଛି । ଯାହାକୁ ନେଇ ଅଂଚଳବାସୀ ଅଭିଯୋଗ କରିଛନ୍ତି । ୱାର୍ଡ ନଂ.୨୦ ର ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭକ୍ତ ବନ୍ଧୁ ଯୋଷୀଙ୍କ ସଭାପତିତ୍ୱରେ ପଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଡାର ମୁଖ୍ୟ ରାସ୍ତା ଯାହାକି ସମଲେଇ ନଗର ମୁହଁରୁ ଆରମ୍ଭ ହୋଇ ଜାତୀୟ ରାଜପଥ ନଂ.୨୬କୁ ସଂଯୋଗ କରୁଛି । ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ।

ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଓ ଗାଡି ମଟର ଯାତାୟତ କରନ୍ତି । ବହୁ ବର୍ଷ ତଳେ ୨୦୦୮ ମସିହାରେ ଏହାକୁ ପି.ଡବ୍ଲୁ.ଡି ଦ୍ୱାରା ପିଚୁକରଣ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ତା ଉପରେ ବାଲି ଟିକେ ଦେଖିବାକୁ ମିଳୁ ନାହିଁ । ଏହା ପୌର ପାଳିକାର ଅଧିନରେ ଥିବା ସତ୍ତ୍ୱେ ମଧ୍ୟ ଏହାର ରକ୍ଷଣାବେକ୍ଷଣର ଘୋର ଅଭାବ ଯୋଗୁଁ ଏହି ରାସ୍ତାର ବହୁ ଜାଗାରେ ବଡ ବଡ ଖାଲରେ ଭରିଯାଇ ଯିବା ଅସିବାରେ ବହୁତ ଅସୁବିଧା ସହିତ ଅନେକ ଦୁର୍ଘଟଣା ଘଟୁଛି । ଏହି ମୁଖ୍ୟ ରାସ୍ତା ପ୍ରତି ପୌର ପାଳିକା କାହିଁକି ଧ୍ୟାନ ଦେଉନାହିଁ ବୋଲି ଆଲୋଚନା ହୋଇଥିଲା । ପୌରପାଳିକାର ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ସହ ଦୃଢ ପଦକ୍ଷେପ ନେବାକୁ ଦାବୀ କରାଯାଇଛି । ପଡାକୁ ନିୟମିତ ଜଳ ଯୋଗାଣ ହେଉନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ତା’ ସହ ଏହାର ପ୍ରତିକାର ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପ୍ରତିଦିନ ପଡାକୁ ପାନୀୟ ଜଳ ଯୋଗାଣ ପାଇଁ ଦାବୀ କରାଯାଇଥିବା ବେଳେ ପଡାର ଖାଲ ଢିପ ମୁଖ୍ୟ ରାସ୍ତାର ଦୁଇ କଡ ମଇଳା ଆବର୍ଜନରେ ପରିପୂର୍ଣ୍ଣ ଏହା ନିୟମିତ ସଫା ହେଉନ ଥିବାରୁ ଏହା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତେଣୁ ପଡା ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୌର ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରତି ଦିନ ଅଳିଆ ଆବର୍ଜନା ସଫା କରାଇବାକୁ ଦୃଢ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା । ଉକ୍ତ ବୈଠକରେ ଅଶୋକ ପାଣ୍ଡିଆ, ବିଜୟ ହୋତା, ଉଚ୍ଛବ ରଣା, ବିରଞ୍ଚି ମିଶ୍ର, ଇନ୍ଦ୍ରମଣି ସାହୁ, ସଞ୍ଜୟ ସାହୁ, ସାନନ୍ଦ ସେଠୀ, ସୁରେଶ ଚନ୍ଦ୍ର ଦାଶ, ସୁଧିର ହୋତା, ପ୍ରଶାନ୍ତ ପାଢି, ସନ୍ତୋଷ ଚୌଧୁରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.