- ଭୁଲିଆ ବନ୍ଦ ବୃହତ ସାରସ କୁକୁଡ଼ା ଫାର୍ମ : ୫ ଶହ ଶ୍ରମିକଙ୍କୁ ରୋଜଗାର ଯୋଗାଇଛି : ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପାଟଣାଗଡ଼ ଗସ୍ତ କରିଛନ୍ତି । ଏହି ସମୟରେ ବେଲପଡ଼ା ବ୍ଲକ ଭୁଲିଆବନ୍ଦରେ ଥିବା ବୃହତ ସାରସ କୁକୁଡ଼ା ଫାର୍ମକୁ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏହି କୁକୁଡ଼ା ଫାର୍ମଟି ଉନ୍ନତମାନର ଜ୍ଞାନ କୌଶଳରେ ଆରମ୍ଭ କରି ବର୍ତ୍ତମାନ ସାରା ରାଜ୍ୟରେ ଏକ ନମ୍ବରରେ ପରିଣତ ହୋଇଥିବା ବେଳେ ଏହି ଫାର୍ମ ୩୦ ଏକର ସ୍ଥାନରେ ୮ଟି ସେଡ଼ ନିର୍ମାଣ କରି ୬୫ ହଜାର କୁକୁଡ଼ା ରଖିଛନ୍ତି । ଏହି ସମୟରେ ଶ୍ରୀ ତ୍ରିପାଠୀଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ, ପାଟଣାଗଡ଼ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଓ ପ୍ରାଣୀଧନ ଚିକିତ୍ସାଧିକାରୀମାନେ କୁକୁଡ଼ା ଫାର୍ମ ବୁଲି ଦେଖିଥିଲେ । ଏହି କୁକୁଡ଼ା ଫାର୍ମରୁ ପ୍ରତିଦିନ ହଜାର ହଜାର ଅଣ୍ଡା ବାହାର କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି । ମେହେର ବ୍ରଦର୍ସଙ୍କ ୩ଟିି ଫାର୍ମରେ ୫ ଶହରୁ ଅଧିକ ଲୋକ ରୋଜଗାରକ୍ଷମ ହୋଇପାରୁଛନ୍ତି । ମେହେର ବ୍ରଦର୍ସଙ୍କ ଉଦ୍ୟମଙ୍କୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପ୍ରଶଂସା କରିଥିଲେ ।