
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମଗୁଡ଼ିକ ଜାରି ରହିଛି । ଶୁକ୍ରବାର ବ୍ଲକର ଗୋଇମୁଣ୍ଡ, ଗାଁରେଇ ଓ ଗରଗଡବାହାଲ ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅର୍ଥ ଅଧିକାରୀ ଓ ନୋଡ଼ାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଗୋଇମୁଣ୍ଡ ପଞ୍ଚାୟତ ବିକାଶ ମେଳାରେ ଅତିଥିମାନେ ଗୋଟିଏ ଲେଖାଏଁ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ ଓ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ଅତିଥି ରୂପେ ସରପଞ୍ଚ କାଳିଆ ସରାଫ, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ପିଇଓ ମହେଶ କୁମାର ବେହେରା, ଏଡିଇଓ ସତ୍ୟନାରାୟଣ ମେହେର ପ୍ରମୁଖ ଯୋଗଦେଇଥିଲେ । ଗାଁରେଇ ପଞ୍ଚାୟତରେ ଅତିଥି ରୂପେ ସରପଞ୍ଚ ସବିତା ବିଭାର, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ପିଇଓ ରାଧାକୃଷ୍ଣ ନାଗ, ଏଡିଇଓ ସଢାନନ ମାଝୀ ପ୍ରମୁଖ ଯୋଗଦେଇଥିଲେ । କେତେକ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ଗରଗଡବାହାଲ ପଞ୍ଚାୟତରେ ସରପଞ୍ଚ କରିସ୍ମା ସୁନା, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ସମିତି ସଭ୍ୟା ଭୂମିସୁତା ବାଗ, ନାଏବ ସରପଞ୍ଚ ଚନ୍ଦ୍ରମଣି ହାତୀ, ପିଇଓ ଶରତ କୁମାର ଭୋଇ, ଏଡିଇଓ ଦିବ୍ୟ ସିଂ ପୁଝାରୀ, ସମାଜସେବୀ ଉମାକାନ୍ତ ସୁନା, ହୃଦାନନ୍ଦ ବାଗ, ଚନ୍ଦ୍ରହାସ୍ୟ ବାଗ ଓ ଇନ୍ଦ୍ରମଣି ବାଗଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କ ସହ ପଞ୍ଚାୟତଗୁଡ଼ିକର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ଯୋଗାଣ ସହାୟକ, ଜିଓ ଟେଗ, ଏମବିକେ, ସିଆରପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।
