
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୦୨୪ରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଲା ବିଜେପି ସରକାର । ତେବେ ଓଡିଶାରେ ଲୋକଙ୍କ ସରକାର ତଥା ମୋହନ ମାଝୀଙ୍କ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କଣ କଣ ଉପଲବ୍ଧି ହାସଲ କରି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛି ସେନେଇ ରାଜ୍ୟ ବ୍ୟାପୀ ସବୁ ପଞ୍ଚାୟତକୁ ପଞ୍ଚାୟତ ଗଡିବ ବିକାଶ ବାହାନ ଗାଡ଼ି । ଗୁରୁବାର ସକାଳେ ଟିଟିଲାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏନେଇ ଏକ ର୍କ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ଏଲ୍ଇଡି ମାଧ୍ୟମରେ ସମସ୍ତ ଅତିଥି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ସରିବା ପରେ ବିକାଶ ବାହନ ଗାଡ଼ିକୁ ପତାକା ଦେଖାଇ ଲୋକାର୍ପଣ କରିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ, ସିଡ଼ିପିଓ ସୁଷମା ପାଢ଼ୀ ଏବଂ ବ୍ଲକର ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ସରକାର ଆସିବା ପରଠାରୁ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କୁ ପାଖକୁ ପହଞ୍ଚାଇବା ସହ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନ କରିବାରେ କାର୍ଯ୍ୟ କରୁଛି ତଥା ଆଗକୁ ଏହି ବିକାଶ କାର୍ଯ୍ୟ ଜାରି ରହିବ ବୋଲି ବିଧାୟକ ନବୀନ ଜୈନ କହିଛନ୍ତି ।