oom

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡିଲା ବିକାଶ ବାହନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ୧୨ ଜୁନ୍ ୨୦୨୪: ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବିକାଶ ବାହନର ଶୁଭାରମ୍ଭ କରାଯାଇଛି । ଏହି ବିକାଶ ବାହନ ଆଗାମୀ ୨୧ ତାରିଖ ଯାଏଁ ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବ । ରାଉରକେଲା ମହାନଗର ନିଗମର ଯୁଗ୍ମ ପୌରାୟୁକ୍ତ ପଲ୍ଲବୀ ନାୟକ ଓ ବିଜେପି ଜିଲ୍ଲା ସଭାପତି ପୂର୍ଣିମା କେରକେଟା, ଉପ ପୌରାୟୁକ୍ତ ଅନୀତା ନାଏକ ପତାକା ଦେଖାଇ ଏହି ବାହନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ନିବେଦିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହ ଆରଏମସିର ଅନ୍ୟ ବିଭାଗୀୟ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଉପସ୍ଥିତ ଥିଲେ । ତୃଣମୂଳ ସ୍ତରରେ ରହୁଥିବା ଲୋକଙ୍କ ନିକଟରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜୁନ୍ ୨୧ ଯାଏଁ ମହାନଗର ନିଗମ ସ୍ତରୀୟ ବିକାଶ ମେଳାର ମଧ୍ୟ ଆୟୋଜନ କରାଯାଉଛି । ଗୁରୁବାର ସ୍ଥାନୀୟ ବୁରୁଟୋଲା ଓ ଛେଣ୍ଡ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ସହ ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ନିମନ୍ତେ ପଞ୍ଜୀକରଣ, ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ଏଥିସହ ସରକାରଙ୍କ ସ୍ୱାସ୍ଥ୍ୟ ରକ୍ଷା କବଚ ଆୟୁଷ୍ମାନ ଭାରତର ମଧ୍ୟ ହେଲ୍ପଡେସ୍କ ମଧ୍ୟ କରାଯାଇଥିଲା ।

jittmm
Leave A Reply

Your email address will not be published.