ବୟସ୍କ ବିଧବା ମା’ ଉପରେ ବିକଳାଙ୍ଗ ପୁଅର ବୋଝ : ସରକାରୀ ସହାୟତା ପାଇଁ ମା’ର କାକୁତି ବିନତି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା, (ନିରାକାର ମେହେର) : କଥାରେ ଅଛି ମା’ ପରି କିଏ ହେବ । ମା’ ଥିଲେ ଯାହାର ଡର ନାହିଁ କାହାର । ମା’ ଚାହେଁ ନିଜ ପୁଅ ଭଲ ପାଠ ପଢି ଭଲ ମଣିଷ ଟିଏ ହୋଇ ଭଲ ଚାକିରି ଟିଏ କରି ବିବାହ ବନ୍ଧନରେ ବାନ୍ଧି ହୋଇ ପରିବାର ସହ ହସଖୁସିରେ ରହୁ । ହେଲେ କିଏ ଯାଣେ କେତେବେଳେ କଣ ହେବ । ମା’ ପୁଅକୁ ଜନ୍ମକଲା ଦିନ ଠାରୁ ଆଜି ଯାଏ ଯତ୍ନ ନେଉଛି । ଆଗକୁ କଣ ହେବ ଭଗବାନ ହିଁ ସାହା ଭରସା । ଯେଉଁ ପୁଅ ମା’ର ବ୍ରୁଦ୍ଧା ସମୟରେ ସାହା ଭରସା ହେବା କଥା ସେହି ସମୟରେ ବୟସ୍କ ବିଧବା ମା’ ସାହା ଭରସା ହୋଇଛି । ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ତ ଗ୍ରାମରେ । ଉକ୍ତ ଗ୍ରାମର ସର୍ଗତ ଶିବଚରଣ ସାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ପାଦ ସା (୬୫) ଓ ଦୁଇ ପୁଅ ବଡ଼ ପୁଅ ହେଲେ ରିଖିରାମ ସା (୨୬) ସାନ ପୁଅ ହେଲେ ପରମାନନ୍ଦ ସା (୨୪) ବଡ଼ ପୁଅର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । ହେଲେ ପରମାନନ୍ଦ ଜନ୍ମ ରୁ ବିକଳାଙ୍ଗ ଅଟନ୍ତି । ଆଖି ଦେଖିନପାରୁଥିବା ବେଳେ ଶୁଣି ପାରନ୍ତି କିନ୍ତୁ ଚାଲିବାରେ ପୁରାପୁରି ସକ୍ଷମ ନାହାଁନ୍ତି । ଯାହା ଫଲରେ ବାପା ଆରପାରିକୁ ଚାଲିଗଲା ପରେ ବୟସ୍କ ମା’ ପୁଅର ସାହା ଭରସା ହୋଇଛନ୍ତି । ସବୁ ସମୟରେ ମା’ ଯତ୍ନ ନେଉଛନ୍ତି । ଏବଂ ବଡ଼ ପୁଅ ରିଖିରାମ କୁଲି ମଜୁରୀ କରି ପରିବାରର ଭରଣପୋଷଣ କରୁଛନ୍ତି । ସରକାରୀ ସହାୟତା କହିଲେ ମା’ଙ୍କୁ ଭତ୍ତା ଓ ୩ଜଣ ସଦସ୍ୟଙ୍କୁ ୧୫ କିଲୋ ଚାଉଳ ମିଳୁଛି । ହେଲେ ପରିବାରରେ ୬ ଜଣ ସଦସ୍ୟ ଥିବାବେଳେ ଅନ୍ୟ ତିନି ଜଣକୁ ରାସନ ସାମଗ୍ରୀ ମିଲୁନଥିବା ବେଳେ
ଜମିବାଡି ନାହିଁ । ଭୁମିହୀନ ପରିବାର ବୋଲି ଜଣାପଡିଛି । ଏଣୁକରି ପ୍ରଶାସନ ତରଫରୁ ଅନ୍ତୋର୍ଦୟ କାଡ୍, ଆବାସ ଗ୍ରୁହ ଯୋଗାଇ ଦେବା ସହ ପୁଅର ଚିକିତ୍ସା ପାଇଁ ମା’ ସରକାରୀ ସହାୟତା ତଥା
ପ୍ରଶାସନ ଠାରେ କାକୁତି ବିନତି ହେଉଛନ୍ତି । ବଡ଼ ପୁଅ କୁଲି ମଜୁରୀ କରି ପରିବାରର ଭରଣପୋଷଣ କରୁଥିବା ବେଳେ ସାନ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏହି ପରିବାରକୁ କେବେ ସରକାରୀ ସହାୟତା ମିଲିବ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।
ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ତୁରନ୍ତ ସହାୟତା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.