oum

ବିଜୁଳି ନାହିଁ ତ ଏଟିଏମ୍ ଅଚଳ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳ ଜନସାଧାରଣଙ୍କ ଆର୍ଥିକ କାରବାର ସୁବିଧା ସକାଶେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି । ଏହି ଏଟିଏମ୍ ଉପରେ ସ୍ଥାନୀୟ ପ୍ରାୟ ୨୫ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ତେବେ ଅନେକ ସମୟରେ ତାହା ଅଚଳ ରହୁଥିବାରୁ ଲୋକେ ଅଯଥାରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ବିଜୁଳି ଚାଲିଗଲେ ଦୀର୍ଘ ସମୟ ଧରି ଏଟିଏମ୍ ଅଚଳ ରହୁଛି । ୟୁପିଏସ୍‌ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଏନେଇ ସ୍ଥାନୀୟ ଏସ୍‌ବିଆଇ ଶାଖାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏସ୍‌ବିଆଇ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ନିରନ୍ତର ଏଟିଏମ୍ ସେବା ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Leave A Reply

Your email address will not be published.