om academy

ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

jsm

ଭୁବନେଶ୍ୱର : ଆହୁରି ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କୋରାପୁଟ ଓ ମାଲାକାନଗିରିରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ଭିତରେ ଏହା ରାଜ୍ୟର ଅନ୍ୟ ଜିଲ୍ଲାକୁ ଛୁଇଁପାରେ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣି ପାଗ ବିଭାଗ । ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ବର୍ଷା ହେଲେ ମଧ୍ୟ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ରହିବ । ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି ।

Leave A Reply

Your email address will not be published.