ନବୀନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପ୍ରଶଂସା କଲେ ଲୋକେ : ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟରେ ସ୍ମାର୍ଟକାର୍ଡ ବଣ୍ଟନ କଲେ ମନ୍ତ୍ରୀ ଓ ପୂର୍ବତନ ସାଂସଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଗାଁରେ ବିକାଶର ଅନେକ ଚିତ୍ର ବଦଳିବାରେ ଲାଗିଛି । ଲୋକଙ୍କ ଅନେକ ସ୍ଵପ୍ନକୁ ପୂରଣ କରିବା ପାଇଁ ସ୍ଥାନୀୟ ନେତା ମନ୍ତ୍ରୀଙ୍କ ଉଦ୍ୟମ ବଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦଳେଇବାକୁ ଲାଗିଛନ୍ତି । କିନ୍ତୁ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିଜୁ ସ୍ୱାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅନେକ ଉତ୍ସ।ହ ଲାଗି ରହିଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ଲୋକେ ପ୍ରଶଂସା କରିଛନ୍ତି । ତେବେ ଗତକାଲି ଦ୍ଵିତୀୟ ଦିନରେ ପ୍ରଥମେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଛନଛଡା ଠାରେ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା କୁନା ତ୍ରିପାଠୀ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ହିମାଂଚଳ ବୁଡେକ, ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ, ସମିତି ସଭ୍ୟ ସୁବାଷ ବୁଡେକ ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ୧୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ପରେ ସ୍ଥାନୀୟ ବୁଢ଼ାରଜା ହାଇସ୍କୁଲରେ ମଧ୍ୟ ବଣ୍ଟନ କରାଯାଇଥିବା ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ, ଓଡ଼ିଶା ଚଳଚିତ୍ର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା କୁନା ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ହିମାଂଚଳ ବୁଡେକ, ସ୍ଥାନୀୟ ବିଡିଓ ଦେବାଶିଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ପରେ କୁମ୍ଭାରୀ ପଞ୍ଚାୟତ ସ୍ଥାନୀୟ ହାଇସ୍କୁଲ ନିକଟରେ ଏହି କାର୍ଯ୍ୟର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଲୋକେ ମନ୍ତ୍ରୀ, ସାଂସଦ, ବିଜେଡି ନେତା ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା କୁନା ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ମନୋଜ କଠାର, ସ୍ଥାନୀୟ ବିଡିଓ ଦେବାଶିଷ ସାମଲ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୋଜନା ମାଧ୍ୟମରେ ସାଢ଼େ ୪ କୋଟି ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଅର୍ଥ ଅଭାବରୁ ଆଉ କାହାର ଜୀବନ ଯିବ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ତେବେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡରେ ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତର ୩୨୭୨୩ ଜଣ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, କରମତଲା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷଣ ନଳିନୀକାନ୍ତ ପାଳ, କୁମ୍ଭାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ରହିମ ପଧାନ, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ମାନରଞ୍ଜନ ପାଣିଗ୍ରାହୀ, ଆଲୋକ ବୁଡେକ, ସମେତ ବିଜେଡିର ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.