ବିଜୁ ମହିଳା ଜନତା ଦଳ ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟବ୍ୟାପୀ ଆୟୋଜନ ହେଉଥିବା ବିଜୁ ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବିଜୁ ମହିଳା ଜନତା ଦଳ ବଲାଙ୍ଗିର ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ଉପସଭାପତି ସନ୍ତୋଷନୀ ବେହେରା, ଲିପିଶ୍ରୀ ସାଏ, ମମତା ରାଣୀ ଜେନା, ଗୋଲାପୀ ବରାଡ, ସରିତା ଦାସ, ରିବିକା ବେହେରା, ତୃପ୍ତି ପଧାନ, ଆହ୍ଲାଦିନୀ ସାହୁ, ଗାୟତ୍ରୀ ଚନ୍ଦନ, କଳ୍ପନା ସାହୁ, ରୀନା ପୁଟେଲ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.