centurian jitm

ବିଜୁ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ହ୍ୱିଲ ଚେୟାର ଦିବସ-୨୦୨୪ ପାଳିତ

nschool

ଭବାନୀପାଟଣା, (କେପିଏନ୍‌ଏସ୍‌) ଆନ୍ତର୍ଜାତିକ ହ୍ୱିଲ ଚେୟାର ଦିବସ ମହାସମାରୋହରେ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରୁ ପ୍ରାୟ ୫୦୦ରୁ ଅଧିକ ଦିବ୍ୟାଙ୍ଗ ଭାଇଭଉଣୀ ଏବଂ ସେମାନଙ୍କର ସହଯୋଗୀ ଯୋଗଦେଇଥିଲେ । ପ୍ରାରମ୍ଭିକରେ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ନେଇ ଏକ ରେଲି ଜିଲ୍ଲପାଳଙ୍କ କାର୍ୟ୍ୟାଳୟଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପଠାରେ ପହଞ୍ଚି ଥିଲା । ଏହି ରେଲିକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ପୌରହିତ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦୁଲାଲ ସେନାପତି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ହେମନ୍ତ ତାଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ହ୍ୱିଲ ଚେୟାର ଦିବ୍ୟାଙ୍ଗମାନଙ୍କ ପାଇଁ ଅକ୍ଷମତାର ଚିହ୍ନ ନୁହେଁ ବରଂ ସକ୍ଷମ ଦିଗକୁ ପ୍ରାଥମିକ ଏବଂ ମୁଖ୍ୟ ସିଡି ଏବଂ ସମସ୍ତ ଦୀବ୍ୟାଙ୍ଗ ହ୍ୱିଲ ଚେୟାରକୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମର ପୂର୍ବ ଦିନ ଅନୁଷ୍ଠିତ ହୋଇଯାଇଥିବା ହ୍ୱିଲ ଚେୟାର ଦୌଡ ଏବଂ ହ୍ୱୁଇଲ ଚେୟାର କ୍ରିକେଟ ମ୍ୟାଚରେ କୃତି ଖେଳାଳିମାନଙ୍କୁ ପୁରସ୍କୃତ କରାଯାଥିଲା । ବିଶେଷ ଭାବରେ କୃତି ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଦିବ୍ୟାଙ୍ଗ ଭଉଣୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ହ୍ୱିଲ ଚେୟାର ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା ଶେଷରେ କୁନିକୁନି ନୃତ୍ୟାଙ୍ଗନାମାନେ ସେମାନଙ୍କ ନୃତ୍ୟ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କର ମନୋରଞ୍ଜନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସ୍ୱେଛାସେବୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.