oom

ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବରଗଡ଼ ବ୍ଲକର ୧୦ଟି ୫ଟି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ନେଇ ଗୀତ, ରଚନା ଲିଖନ, କୁଇଜ୍, ବାଦ୍ୟ ଯନ୍ତ୍ର ପରିଚାଳନା, ଏକକ ଅଭିନୟ, ତର୍କ, ସ୍କିଟ୍, ରଙ୍ଗୋଲି, ପେଣ୍ଟିଙ୍ଗ୍, ଇଣ୍ଡିଜିନିୟସ୍, ଆର୍ଟ୍ ଏଣ୍ଡ୍ କ୍ରାଫ୍ଟ , ସୋଲୋ ଡ୍ୟାନ୍ସ, ଭିଜୁଆଲ ଏକ୍ସଟେମ୍ପର୍ ପ୍ରଭୃତି ପ୍ରତିଯୋଗିତା ଅପୂର୍ବ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଦ୍‌ଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତରାକନା ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଏବଂ ବିଜ୍ଞାନ ନିରୀକ୍ଷକ ଧୀରଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବରଗଡ଼ ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ, ଦିଲୀପ କୁମାର ମେହେର ଓ ଶ୍ରୀମତୀ ଲଜିତା ପ୍ରଧାନ ତଥା ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଗଣ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଜେତା କାର୍ଯ୍ୟକ୍ରମ ପର୍ଯ୍ୟବେଷିତ ଏକ ପତ୍ରିକା ଉନ୍ମୋଚିତ ହୋଇଥିଲା । ସମସ୍ତ ବିଜୟୀ ଛାତ୍ରଛାତ୍ରୀଙ୍କୁ ବରେଣ୍ୟ ଅତିଥି ବୃନ୍ଦ ପୁରସ୍କୃତ କଲେ । ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା ଓ ସଂଯୋଜନା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍‌ଯାପନୀ ସମାରୋହରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.