ଭୁବନେଶ୍ୱର : ବାଲେଶ୍ୱର ଏଫଏମ କଲେଜ ପୀଡିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ଆସନ୍ତା ୧୬ ତାରିଖ ବୁଧବାର ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେଡି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦେଇଛି ବିଜେଡି । ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଜରୁରୀ ସେବା ଚାଲୁ ରହିବ । ମାତ୍ର ବନ୍ଦ ସମୟରେ ଦୋକାନ ବଜାର, ଗାଡି ମୋଟର, ବସ, ଟ୍ରେନ, ସ୍କୁଲ ଓ କଲେଜ ବନ୍ଦ ରହିବ ।

Next Post