
ଭୁବନେଶ୍ୱର : ଭାରତ ଏବେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଛି, ସାରା ଦେଶ ସେନାକୁ ପୂଜା କରୁଛି । କର୍ନେଲ ସୋଫିଆ କୁରେସୀ ପାଇଁ ଆମେ ଗର୍ବିତ । ହେଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ ତାଙ୍କୁ ଆତଙ୍କୀବାଦୀଙ୍କ ଭଉଣୀ କହିଛନ୍ତି । ଏହାକୁ ବିଜେଡି ନିନ୍ଦା କରିଛି । ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟୀ ସାହାଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଲେଖା ଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ଯେ ବର୍ତ୍ତମାନ ସେନାର ମୋରାଲ ବଢାଯାଉଛି । ହେଲେ ମଧ୍ୟ ପ୍ରଦେଶର ବିଜେପି ଶାସନରେ ସୋଫିଆଙ୍କ ପରି ବୀରଙ୍କୁ ନେଇ ହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ । ସେନା ପରିବାରରୁ ସୋଫିଆ ଆସିଛନ୍ତି । ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ଯଦି ବିଜେପି ପାଖରେ ଦେଶ ପ୍ରେମର ରକ୍ତ ଅଛି, ଗିରଫ ବି କରନ୍ତୁ । ଏପରି ମନ୍ତବ୍ୟ ଦେଶ ବିରୋଧୀ ବୋଲି ସେ କହିଛନ୍ତି ।