
ବଲାଙ୍ଗିର, (ଦେବାଶିଷ ମିଶ୍ର ) : ମହାରାଜ ଆର.ଏନ୍.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ଗେହ୍ଲାମା ଏଫ୍ସି ବୌଦ୍ଧ ୨-୧ ଗୋଲରେ ବିଏନ୍ଏଏ ଜରାସିଂହାକୁ ହରାଇ ବିଜୟୀ ହୋଇଥିଲା । ପିଡି ଡିଆରଡିଏ ବଲାଙ୍ଗିର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପିଡି ଡୁଡା ତରଣୀସେନ ସୁନା, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଓୟୁଜେ ସଭାପତି ପ୍ରଦୀପ୍ତ କୁମାର ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂହ ଓ କମିଟିର ବରିଷ୍ଠ ସଦସ୍ୟ ସୁଶିଲ କୁମାର ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ସଂଜିବ ମହାରଣା, କରୁଣାକର ପ୍ରଧାନ ଓ ଜିତୁ କୁମାର ଦଲାଇ ପରିଚାଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ଅଜିତ କୁମାର ସାହୁ ଓ ଦିଲିପ ସେଠଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ବୌଦ୍ଧ ଦଳର ଜିତେନ୍ଦ୍ର ଦେହୁରିଙ୍କୁ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ । ଶୁକ୍ରବାର ବରଗଡ ୟୁନାଇଟେଡ ବନାମ ବୌଦ୍ଧ ମଧ୍ୟରେ ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ବିରସେନ ସାହୁ, ଚିନ୍ମୟ ସାହୁ, ସନ୍ତୋଷ କୁମାର ଦନ୍ତା, ସାଗର ସଂଗମ ଶତପଥି, ଗଙ୍ଗାଧର ନନ୍ଦ, ସଚିନ ନନ୍ଦ ଓ ଳଳାଟେନ୍ଦୁ ପଟ୍ଟନାୟକ ପ୍ରମୁଖ ସୂଚନା ଦେଇଛନ୍ତି ।