ଆଗଲପୁର ବ୍ଲକ ୧ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଦେବକୀ ସାହୁ ବିଜୟୀ ହୋଇଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କ ଠାରୁ ୨୮୮୮ଟି ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ ସର୍ବମୋଟ ୧୩,୮୪୭ଟି ଭୋଟ, କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁ ୧୦,୫୪୯ଟି ଭୋଟ ଏବଂ ବିଜେପି ପ୍ରାର୍ଥୀ ସମିର ସିଂଦେଓ ୫୪୪୯ଟି ଭୋଟ ପାଇଥିବା ବେଳେ ୬୪୯ଟି ଭୋଟ ନାକଚ ହୋଇଛି । ଆଗଲପୁର ୧ ନଂ. ଜିଲ୍ଲା ପରିଷଦ ଜୋନ ଆଗଲପୁର, ଭରସୁଜା, ଝରନିପାଲୀ, ବୁଦୁଲା, ନଅଗାଁ(କ), ବାବୁଫାସଡ, ରୋତ, ରିନବଚନ ଏବଂ ନୁନିଆପାଲୀ ପଂଚାୟତକୁ ନେଇ ଗଠିତ ।

Leave A Reply

Your email address will not be published.