ppurohit

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ : ସିସିଏଫ୍‌ଏ ବଲାଙ୍ଗିର ବିଜୟୀ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆରେ ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଅତିଥି ଭାବେ ସମ୍ବଲପୁର ଧର୍ମାଞ୍ଚଳ କୋଷାଧ୍ୟକ୍ଷ ପ୍ରମୋଦ କୁମାର ବାରିକ ଓ ସୁପରିଟେଣ୍ଡେଣ୍ଟ ଲୋୟର ସୁକତେଲ ଇଂ. ସୁରେନ୍ଦ୍ର ଭୋଇ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ଫୁଟବଲ ସଂପାଦକ ଡା. ସିଦ୍ଧେଶ୍ୱର ମିଶ୍ର ମଂଚାସୀନ ଥିଲେ । ସିସିଏଫ୍‌ଏ ବଲାଙ୍ଗିର ୧-୦ ଗୋଲରେ ବିଏନ୍‌ଏଏ ଜରାସିଂହା ଦଳକୁ ହରାଇ ବିଜୟୀ ହୋଇଥିଲେ । ଖେଳକୁ ରେଫରି ଭାବରେ ଜଳନ୍ଧର ସାହୁ, ଜିତୁ ଦଳେଇ, ଉମେଶ ଭୋଇ ଓ ସୁଦର୍ଶନ ସେଠ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ସୁବାଷ ନାଗ, ବିରେନ୍ଦ୍ର ସୁନା, ଶ୍ରୀକାନ୍ତ ରାଉତ ଓ ପ୍ରଦୀପ ମହାରଣାଙ୍କୁ ଅତିଥି ଗଣ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ପୃଥେଶ୍ୱର ନାଗ, ବରିଷ୍ଠ ସଦସ୍ୟ ଶ୍ରୀଧର ସେଠ, ପ୍ରଦ୍ୟୁମ୍ନ ନନ୍ଦ, ଜୀବନ ସୁନା, ବିଦ୍ୟୁତ କୁମାର, ଜ୍ଞାନରଂଜନ ସୁନା, କୈଳାସ ଚନ୍ଦ୍ର କର୍ତ୍ତି, ଅବଦୁଲ ମୁଜିବ, କୁନା ବାଗ, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ଆରଜୁ ନାଗ, ସୁସୋଭିତ ସାଗର ପ୍ରମୁଖ ସହଯୋଗ କରିଥିଲେ । ୧୫ ତାରିଖ ଗୁରୁବାର ସମ୍ବଲପୁର ଦଳ ଓ ସିସିଏଫ୍‌ଏ ବଲାଙ୍ଗିର ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.