oom

ଦ୍ଵିତୀୟ ଦିବସରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ୪-୨ ଗୋଲରେ ବୀରମହାରାଜପୁର ବିଜୟୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆୟୋଜିତ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କ୍ରୀଡ଼ାବିତ ସମାଜସେବୀ ଡ. ଶ୍ରୀକର ମିଶ୍ର, ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗ ଓ କ୍ଲକର ସାଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ଏବଂ କୋଷାଧକ୍ଷ ରଂଜିତ ବେହେରା ମଂଚାସୀନ ଥିଲେ । ସୁରେଶ କୁମାର ଦାସ, ଖଲ୍ଲିଊର ରାହେମନ, ସୁଶାନ୍ତ ନାଗ, ନିଶାରକାନ୍ତ ନାଗ ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ଦ୍ଵିତୀୟ ଦିନର ଖେଳରେ ବଲାଙ୍ଗିର ୟୁଥ କ୍ଲବ ଓ ସିସିଏଫ୍‌ଏ ବୀରମହାରାଜପୁର ମଧ୍ୟରେ ହୋଇଥିଲା । ୪-୨ ଗୋଲରେ ସିସିଏଫ୍‌ଏ ବୀରମହାରାଜପୁର ବିଜୟୀ ହୋଇଥିଲା । ଦ୍ଵିତୀୟ ଦିନରେ ବଲାଙ୍ଗିର ବିଶିଷ୍ଠ କ୍ରୀଡାବିତ ମଧୁସୂଦନ ବାବୁ, ଆନନ୍ଦିନୀ ଦର୍ଜୀ ଓ ପ୍ରଫୁଲ୍ଲ ବେହେରାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସାଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ବିଭିତି ସ୍ୱାଇଁ, ଶକ୍ତି ଅମାତ, ଟକିି ମହାପାତ୍ର, ଟିକୁ ପରିଚ୍ଚା, ନତ୍ୟା ପଧାନ, ଅଙ୍କୁଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ପ୍ରଥମ ସେମିଫାଇନାଲ ଖେଳ ସିସିଏଫ୍‌ଏ ବୀରମାହାରାଜପୁର ଓ ଏଥଲେଟିକ ଆସୋସିଏସନ କଦଳିପାଲି ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.