ବ୍ରହ୍ମପୁର, (ସତ୍ୟନାରାୟଣ ପ୍ରଧାନ) : ଗଞ୍ଜାମ ଏନ୍ଏସି ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପାର୍ଥିନୀ ଝୁଲି ପାତ୍ରଙ୍କଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ପୌର ଅଧ୍ୟକ୍ଷା ପଦବୀ ନିମନ୍ତେ ବିଜୟୀ ହୋଇଛନ୍ତି । ତେବେ ଗଞ୍ଜାମ ଏନ.ଏ.ସି.ରେ ସର୍ବମୋଟ ୧୨ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବାଜିମାତ ହୋଇଛି । ୧ ନମ୍ବର ୱାର୍ଡରେ ସୁରେନ୍ଦ୍ର କୁମାର ବାରିକ(ବିଜେଡି), ୨ ନମ୍ବର ୱାର୍ଡରେ ରୀତା ଦେବୀ ମହାରଣା(ବିଜେଡି), ୩ ନମ୍ବର ୱାର୍ଡରେ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରଇବାରି ଯାନୀ(ବିଜେଡି), ୪ ନମ୍ବର ୱାର୍ଡରେ ସବିତା ବେହେରା(ବିଜେଡି), ୫ ନମ୍ବର ୱାର୍ଡରେ ସଂଯୁକ୍ତା ଦାଶ(ବିଜେଡି), ୬ ନମ୍ବର ୱାର୍ଡ ଅରୁଣ କୁମାର ପଣ୍ଡା(ସ୍ୱାଧୀନ), ୭ନମ୍ବର ୱାର୍ଡ ପୁରୁଷୋତ୍ତମ ସାହୁ(ବିଜେଡି), ୮ ନମ୍ବର ୱାର୍ଡ ମହାଲକ୍ଷ୍ମୀ ନାୟକ(ବିଜେଡି), ୯ ନମ୍ବର ୱାର୍ଡ ସ୍ୱାଗତ ଆଶିଷ ନାୟକ(ବିଜେଡି), ୧୦ ନମ୍ବର ୱାର୍ଡ ସୁନିତା କୁମାରୀ ମହାନ୍ତି(ବିଜେଡି), ୧୧ନମ୍ବର ୱାର୍ଡ ପି.ମୋହନ ରେଡି(ବିଜେଡି) ଓ ୧୨ ନମ୍ବର ୱାର୍ଡ ପି.ଚନ୍ଦ୍ର ଶେଖର(ବିଜେଡି) ପ୍ରମୁଖ ପାର୍ଥୀ/ପାର୍ଥିନୀ ମାନେ କାଉନସିଲର ଭାବେ ବିଜୟୀ ହୋଇଥିବା ଜଣାପଡିଛି ।