oom

ଗଞ୍ଜାମ ସହରାଞ୍ଚଳରେ ବିଜେଡିର ବିଜୟ ଉତ୍ସବ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରାଞ୍ଚଳରେ ବିଜୁ ଜନତା ଦଳର ବିଜୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ ନିଜ ସମର୍ଥକଙ୍କ ସହ ଉପ ନଗରପାଳ ସୁରେନ୍ଦ୍ର କୁମାର ବାରିକ ଏବଂ ୧୦ ଜଣ କାଉନସିଲରଙ୍କୁ ନେଇ ଅପରାହ୍ନରେ ସହରସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିରରୁ ବାହାରି ଗଞ୍ଜାମ ପୌରାଞ୍ଚଳର ସମସ୍ତ ୱାର୍ଡ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉପାଧ୍ୟକ୍ଷ ଓ କାଉନସିଲର ମାନଙ୍କୁ ଶୁଭେଛା ଜଣାଇବା ସହ ଶୋଭାଯାତ୍ରାରେ ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲେ । ଉତ୍ସାହି ଦଳୀୟ କର୍ମୀମାନେ ଶତାଧିକ ବାଇକରେ ଦଳୀୟ ପତାକା ଧରି ପ୍ରତ୍ୟେକ ୱାର୍ଡରେ ଆତସବାଜି ଫୁଟାଇବା ସହ ନୃତ୍ୟ ପ୍ରଦର୍ଶନ ପୂର୍ବକ ବିଜୟ ଉତ୍ସବ ପାଳନ କରିଥିଲେ । ବିଭିନ୍ନ ୱାର୍ଡ ମାନଙ୍କରେ ତାଙ୍କୁ ଶୁଭେଛା ଇ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜେଡି ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ବରିଷ୍ଟ ନେତା ନବକୃଷ୍ଣ ପଣ୍ଡା, ଝୁଲି ପାତ୍ର, ନଗର ସଭାପତି ପି.ରାଜୁ ରେଡି, ନୀଳାଞ୍ଚଳ ବାରିକ, ଦଣ୍ଡପାଣି ପରିଡା, ମନୋଜ ପଣ୍ଡା, ନିରଞ୍ଜନ ରାଉଳ, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ସୁରିୟା ପ୍ରଧାନ, କାଉନସିଲର ପି ଚନ୍ଦ୍ରଶେଖର, ପି.ମୋହନ ରେଡି, ପୁରୁଷୋତ୍ତମ ସାହୁ, ଜିତୁ ପଣ୍ଡା, ଟୁନା ଶତପଥି, ସୁରେନ୍ଦ୍ର ବେହେରା, ଅନୀଲ ବେହେରା, ଡମ୍ବରୁ ବେହେରା, ସୁଦାମ ପଲାଇ, ମଦନ ପାଢ଼ୀ, ଗଣେଶ ମହାରଣା, ସୀମାଞ୍ଚଳ ସାହୁ, ପପୁ ପଣ୍ଡା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

jittmm

Comments are closed, but trackbacks and pingbacks are open.